ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନ୍କାଉଣ୍ଟରରେ ସେନାର ଜଣେ ସ୍ପେସାଲ ଫୋର୍ସ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଆଉ ୩ ଜଣ କମାଣ୍ଡୋ ଆହତ ହୋଇଛନ୍ତି। ରବିବାର ଅପରାହ୍ନରେ ହୋଇଥିବା ଗୁଳିବିନିମୟରେ ସ୍ପେସାଲ ଫୋର୍ସ କମାଣ୍ଡୋ ନାଏବ ସୁବେଦାର ରାକେଶ କୁମାର ନିହତ ହୋଇଥିବା ବେଳେ ଅନ୍ୟ ୩ ଜଣ କମାଣ୍ଡୋ ଆହତ ହୋଇଥିବା ସେନାର ହ୍ୱାଇଟ୍ ନାଇଟ୍ କର୍ପସ୍ ପକ୍ଷରୁ ସୂଚନା ଦିଆଯାଇଛି। ଜିଓସି (ଜେନେରାଲ ଅଫିସର କମାଣ୍ଡିଂ) ହ୍ୱାଇଟ୍ ନାଇଟ୍ କର୍ପସ୍ ଏବଂ ୨ ପାରା (ଏସ୍ଏଫ୍)ର ନାଏବ ସୁବେଦାର ରାକେଶ କୁମାର ଆତଙ୍କବାଦୀଙ୍କ ସହ ଭୀଷଣ ସଂଘର୍ଷ ଭିତରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ବୋଲି ସେନା କହିଛି। ରାକେଶ କିଛି ମାସ ହେଲା ଆତଙ୍କବାଦ ନିରୋଧୀ ସ୍ବତନ୍ତ୍ର ଅପରେସନରେ ସାମିଲ ଥିଲେ। କିସ୍ତଵାଡ଼ର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଆଜି ଭୋର୍ରୁ ପ୍ରାୟ ୯ ଘଣ୍ଟା ଧରି ଏହି ଏନ୍କାଉଣ୍ଟର ଚାଲିଥିଲା। ଅନ୍ୟପଟେ ଶ୍ରୀନଗରର ହରୱାନ ଅଞ୍ଚଳରେ ଆଉ ଏକ ଏନ୍କାଉଣ୍ଟର ଆରମ୍ଭ ହୋଇଛି ଏବଂ ୨ ଜଣ ଆତଙ୍କୀଙ୍କୁ ସୁରକ୍ଷାବାହିନୀ ଘେରାବନ୍ଦୀରେ ରଖିଛି। ସୂଚନାଯୋଗ୍ୟ, ନଭେମ୍ବର ୮ ତାରିଖରେ କିସ୍ତୱାଡ଼ରେ ଦୁଇ ଜଣ ଗ୍ରାମ ରକ୍ଷୀଙ୍କୁ ହତ୍ୟା କରାଯିବା ପରେ ଏହି ଅଂଚଳରେ ବଡ଼ ଧରଣର କମ୍ବିଂ ଅପରେସନ ଚାଲିଛି।
ଜମ୍ମୁ-କଶ୍ମୀରର କିସ୍ତୱାଡ଼ରେ ଏନ୍କାଉଣ୍ଟର: ଯବାନ ସହିଦ, ୩ କମାଣ୍ଡୋ ଆହତ
ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନ୍କାଉଣ୍ଟରରେ ସେନାର ଜଣେ ସ୍ପେସାଲ ଫୋର୍ସ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଆଉ ୩ ଜଣ କମାଣ୍ଡୋ ଆହତ ହୋଇଛନ୍ତି।
/sambad/media/media_files/2024/11/11/wOv8XvGqIIshFomGYbZV.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)