ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ହିଜ୍ବୁଲ ମୁଜାହିଦ୍ଦିନ ଓ ଲସ୍କର-ଏ-ତୋଏବାର ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଏନ୍କାଉଣ୍ଟର ଅନନ୍ତନାଗ ଜିଲ୍ଲାର ଦୟଲଗାମ୍ର ଜନବସତି ଅଞ୍ଚଳରେ ହୋଇଥିଲା ବୋଲି ସିଆର୍ପିଏଫ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏନ୍କାଉଣ୍ଟର ପରେ ଆଜି (ରବିବାର)ସକାଳ ୧୦ଟା ୪୦ ମିନିଟ୍ ସମୟରେ ସୁରକ୍ଷା ବାହିନୀ ୪ ଜଣ ଆତଙ୍କବାଦୀଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଦୟଲଗାମ୍ରେ ଆତଙ୍କବାଦୀମାନେ ଲୁଚି ରହିଥିବାର ଖବର ମିଳିବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଉଭୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଏନ୍କାଉଣ୍ଟର ଚାଲିଥିଲା। ସେହିଭଳି ଗତକାଲି ହନ୍ଦୱାଡ଼ାରୁ ପୁଲିସ ଜଣେ ଆତଙ୍କବାଦୀକୁ ଜୀବିତ ଧରିଥିଲା। ତା’ଠାରୁ ଏକେ ୪୭ ରାଇଫଲ ଜବତ କରାଯାଇଥିଲା।
ଜମ୍ମୁ-କାଶ୍ମୀରରେ ଏନ୍କାଉଣ୍ଟର, ୪ ଆତଙ୍କବାଦୀ ନିପାତ
/sambad/media/post_attachments/wp-content/uploads/2019/12/Indian-security-forces-near-Line-of-Control-in-Jammu-and-Kashmir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)