ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଦକ୍ଷିଣ କାଶ୍ମୀରର ସଙ୍ଗମ ବିଜବେହରାରେ ଆଜି ଜମ୍ମୁ କାଶ୍ମୀର ପୁଲିସ ଏବଂ ସିଆରପିଏଫ୍ର ମିଳିତ ଅପରେସନ୍ରେ ୨ ଏଲ୍ଇଟି ଆତଙ୍କବାଦୀ ନିପାତ ହୋଇଛନ୍ତି। ପୁଲିସ ସୂଚନାନୁଯାୟୀ ଏହି ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ଅଟନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ନାମ ନବିଦ ଭଟ ଓରଫ୍ ଫୁରକାନ୍ ଏବଂ ଅକିବ ୟାସିନ ଭଟ।
କାଶ୍ମୀରରେ ଏନ୍କାଉଣ୍ଟର, ୨ ଆତଙ୍କବାଦୀ ନିପାତ
/sambad/media/post_attachments/wp-content/uploads/2020/02/202002190712147429_Jammu-amp-Kashmir-Police-Three-terrorists-killed-in-an_SECVPF.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)