ଶ୍ରୀନଗରରେ ଏନ୍‌କାଉଣ୍ଟର, ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଶ୍ରୀନଗରରେ ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶ୍ରୀନଗରର ଜଡିବାଲ ସୌରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି। ଆତଙ୍କବାଦୀମାନେ ସେଠାରେ ଗୋଟିଏ ଘରେ ଲୁଚିଥିଲେ। ଗୁଇନ୍ଦା ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀମାନେ ଯେତେବେଳେ ସେହି ଘର ଉପରେ ଚଢ଼ଉ କରି‌ଥିଲେ ଆତଙ୍କବାଦୀମାନେ ଆତ୍ମସମର୍ପଣ କରିବାକୁ ମନା କରିଦେଇଥିଲେ। ଫଳରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ପଦକ୍ଷେପ ନେବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚାଳନା କରିବାକୁ ବାଧ୍ୟ ହୋଇଥିଲେ। ଆତଙ୍କବାଦୀଙ୍କ ପରିଚୟ ଜଣାପଡ଼ିବା ପରେ ସୁରକ୍ଷାକର୍ମୀମାନେ ସେମାନଙ୍କ ବାପାଙ୍କୁ ଡାକିଥିଲେ। ଆତ୍ମ ସମର୍ପଣ ପାଇଁ ଲୁଚିଥିବା ଆତଙ୍କବାଦୀମାନେ ସେମାନଙ୍କ ବାପାଙ୍କ ନିବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଦେଇଥିଲେ ବୋଲି କାଶ୍ମୀର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି। ସତର୍କତାମୂଳକ ପଦକ୍ଷେପ ସହିତ ସହରରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର