ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଉଧମପୁରରେ ଆଜି ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସର ମିଳିତ ଅପରେସନ୍ରେ ଜେଇଏମ୍ (ଜୈସ୍ ଏ ମହମ୍ମଦ)ର ଜଣେ ଶୀର୍ଷ କମାଣ୍ଡର ନିପାତ ହୋଇଛି। ‘ଏକ୍ସ’ରେ ଏନ୍କାଉଣ୍ଟର ସଂକ୍ରାନ୍ତରେ ପୋଷ୍ଟ୍ କରି ହ୍ବାଇଟ ନାଇଟ୍ କର୍ପ୍ସ କହିଛି ଯେ ଅପରେସନ୍ ଏବେ ବି ଜାରି ରହିଛି। ନିପାତ ହୋଇଥିବା ଆତଙ୍କବାଦୀକୁ ପାକିସ୍ତାନ ସେନାର ଏସ୍ଏସ୍ଜି (ସ୍ପେସାଲ ସର୍ଭିସ ଗ୍ରୁପ୍) ତାଲିମ ଦେଇଥିଲା। କଠୁଆ, ଉଧମପୁର ଏବଂ ଦୋଦାରେ ଅନେକ ଆକ୍ରମଣରେ ତା’ର ସମ୍ପୃକ୍ତି ଥିଲା। ପ୍ରାୟ ୧ ବର୍ଷ ଧରି ସେ ଜମ୍ମୁ କାଶ୍ମୀରରେ ସକ୍ରିୟ ଥିଲା। ଉଧମପୁରର ବସନ୍ତଗଡ଼ରେ ଆଜି ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବାପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଅପରେସନ୍ ଆରମ୍ଭର ମାତ୍ର ଘଣ୍ଟାଏ ମଧ୍ୟରେ ୪ ଜଣ ଜେଇଏମ୍ ଆତଙ୍କବାଦୀ ସୁରକ୍ଷାବାହିନୀ ଜାଲରେ ଫସିଥିଲେ। ସକାଳ ୮.୩୦ ସମୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ଏବଂ ଘନ କୁହୁଡ଼ି ସତ୍ତ୍ବେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ଜଣାପଡ଼ିଛି।
ଉଧମପୁରରେ ଏନ୍କାଉଣ୍ଟର, ଶୀର୍ଷ ଜୈସ୍ କମାଣ୍ଡର ନିପାତ
ଜମ୍ମୁ କାଶ୍ମୀରର ଉଧମପୁରରେ ଆଜି ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସର ମିଳିତ ଅପରେସନ୍ରେ ଜେଇଏମ୍ (ଜୈସ୍ ଏ ମହମ୍ମଦ)ର ଜଣେ ଶୀର୍ଷ କମାଣ୍ଡର ନିପାତ ହୋଇଛି। ‘ଏକ୍ସ’ରେ ଏନ୍କାଉଣ୍ଟର ସଂକ୍ରାନ୍ତରେ ପୋଷ୍ଟ୍ କରି ହ୍ବାଇଟ ନାଇଟ୍...
/sambad/media/media_files/2025/06/27/ne53w32ect-6-2025-06-27-12-28-52.jpg)