ୟୁପିର ପୂର୍ବ ସାଂସଦ ଅତିକ୍ ଅହମଦଙ୍କ ପୁତ୍ର ତଥା କୁଖ୍ୟାତ ଅପରାଧୀ ଅସଦର ଏନ୍‌କାଉଣ୍ଟର ମୃତ୍ୟୁକୁ ନେଇ @hussain_hrw କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି, ‘‘ଏତେ ଥର ସାଂସଦ ରହିଥିବା ଜଣେ ରାଜନେତାଙ୍କ ୨୦ ବର୍ଷ‌ର ଭେଣ୍ଡିଆ ପୁତ୍ରକୁ ଯଦି ଏଭଳି ଭାବେ ଉଡ଼ାଇ ଦିଆଯାଉଛି, ୟୁପିରେ ସାଧାରଣ ଲୋକଙ୍କ ହାଲତ କ’ଣ ଥିବ ଭାବିବା କଥା। କିଛି ମିଡିଆ ଏହାକୁ ବିଜୟ ଉତ୍ସବ ପାଳନ ଢଙ୍ଗରେ ପରିବେଷଣ କରୁଛନ୍ତି।’’ ହୁସେନ୍‌ଙ୍କୁ କଡ଼ା ଜବାବ ଦେଇଛନ୍ତି ନେଟିଜେନ୍‌ମାନେ। ଏନ୍‌କାଉଣ୍ଟର୍‌କୁ ଯଥାର୍ଥ ଦର୍ଶାଇବା ସହ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅପରାଧୀ ଦମନ ନୀତିକୁ ଅଧିକାଂଶ ସମର୍ଥନ କରିଛନ୍ତି। ଅସଦ ହତ୍ୟା କରିଥିବା ଉମେଶ ପାଲ ବି ତ ଜଣେ ମା’ଙ୍କର ପୁଅ ଥିଲେ! ତାଙ୍କୁ ଅସଦ ହତ୍ୟା କଲାବେଳେ ତ କାଇଁ ତମେ କାନ୍ଦି ନ ଥିଲ?

Advertisment

publive-image

ଅପରାଧୀକୁ ଶାସ୍ତି ମିଳିବା ବିଧେୟ, ସେ ସାଂସଦଙ୍କ ପୁତ୍ର ହୁଅନ୍ତୁ କି ଆଉ କିଏ। ଅପରାଧକୁ ସମର୍ଥନ କରିବା ମଧ୍ୟ ଏକ ଅପରାଧ। ପୋଷ୍ଟ୍‌ଟିର ସମର୍ଥନରେ ପ୍ରଶ୍ନ କରାଯାଇଛି, ଆପଣମାନେ ଜଣେ ୨୦ ବର୍ଷୀୟ ଯୁବକଙ୍କ ହତ୍ୟାକୁ ନେଇ ଯେପରି ଭାବେ ଖୁସି ମନାଉଛନ୍ତି, ତାହା କ’ଣ ଠିକ୍? ଯଦି ନ୍ୟାୟପାଳିକା ଉପରେ ତମର ଭରସା ନାହିଁ, ପୁଲିସ୍ ଉପରେ ଏତେ ଭରସା, କୋର୍ଟଗୁଡ଼ିକୁ ବନ୍ଦ କରିଦେଉନ! ଆଇନ ନିଜ ହାତକୁ ନେଇ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ଅଧିକାର ପୁଲିସକୁ କିଏ ଦେଲା? ଖାଲି କ’ଣ ଅପରାଧୀ ମାତ୍ରକେ ମୁସଲମାନ? ହିନ୍ଦୁ ଅପରାଧୀ କ’ଣ ନାହାନ୍ତି? (ଏହି ପୋଷ୍ଟର ପ୍ରତିକ୍ରିୟାରେ ଅନେକ ଲୋକ ହିନ୍ଦୁ ଅପରାଧୀଙ୍କ ଏକ ତାଲିକା ପୋଷ୍ଟ କରି ଏମାନଙ୍କୁ ଏନ୍‌କାଉଣ୍ଟର୍ କରିବାକୁ ପୁଲିସ ସାହସ କରିବ କି ବୋଲି ପ୍ରଶ୍ନ କରିଛନ୍ତି) ତାଲିକାଟିକୁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରାଯାଇଛି। ତାଲିକାର ଉତ୍ତରରେ ପ୍ରଶ୍ନ ହୋଇଛି, ତାହାହେଲେ ବିକାଶ ଦୁବେ କଥା ଭୁଲିଯାଉଛ କି? ସେ ବି କ’ଣ ମୁସଲମାନ? ଉମେଶ ପାଲକୁ ହତ୍ୟା କଲାବେଳେ ବାପପୁଅ ଅତିକ୍-ଅସଦ ତ କାଇଁ ସାମାନ୍ୟ ଦୟାମାୟା ଦେଖାଇ ନ ଥିଲେ! ଅପରାଧୀଙ୍କୁ ଏତେ ଅନୁକମ୍ପା କାହିଁକି? ଯେମିତି କରିବ, ସେମିତି ଫଳ ଭୋଗିବ।