ଶୋପିଆନରେ ଜଣେ ଆତଙ୍କବାଦୀକୁ ନିହତ କଲା ଭାରତୀୟ ସେନା, ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଶ୍ରୀନଗରରେ ଇଣ୍ଟରନେଟ୍ ସେବା ସ୍ଥଗିତ

ଶୋପିଆନ: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳିବିନିମୟ ଆରମ୍ଭ ହୋଇଛି | ଶୋପିଆନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନା ଜଣେ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି । ସେନା ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିବା ସହ ଜାଦିବଲ ଏବଂ ଜୁନିମାର ପୋଜୱାଲପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଏବେ ବି ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ସେହି ଅଞ୍ଚଳରେ କେତେ ଆତଙ୍କବାଦୀ ଲୁଚି ରହିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଯାହାପାଇଁ ସେନା ସମଗ୍ର ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି।

ସୂଚନା ମୁତାବକ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବ ପରେ ଜାଦିବଲ ଏବଂ ଜୁନିମାର ପୋଜୱାଲପୋରା ଅଞ୍ଚଳରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

encounter
oneindia

ଅଧିକାରୀଙ୍କ ଅନୁଯାୟୀ, ଏବେ ଅତି କମରେ ଦୁଇଜଣ ଆତଙ୍କବାଦୀ ଫସି ରହିଛନ୍ତି । ଆତ୍ମସମର୍ପଣ କରିବା ପାଇଁ ଆତଙ୍କବାଦୀଙ୍କ ପିତାମାତାଙ୍କୁ ଏନକାଉଣ୍ଟର ସ୍ଥାନକୁ ଅଣାଯାଇ ଥିଲେ ମଧ୍ୟ ସେମାନେ ଆତ୍ମସମର୍ପଣ କରିନାହାନ୍ତି | ଆତଙ୍କବାଦୀଙ୍କୁ ଧରିବା ପାଇଁ ଶ୍ରୀନଗର ସହରରେ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର