ଶ୍ରୀନଗର: ଜମ୍ମୁ କଶ୍ମୀରର କୁପଓ୍ଵାଡା ଜିଲ୍ଲାର ହନ୍ଦଓ୍ଵାଡା ଜଙ୍ଗଲରେ ଶୁକ୍ରବାର ୪ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନମାନଙ୍କ ମଧ୍ୟରେ ୨ ଜଣ ସିଆରପିଏଫର ୯୨ ବାଟାଲିଅନ୍‌ ଯବାନ ଏବଂ ୨ ଜଣ ପୁଲିସ ସାମିଲ ଅଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛି। ଏନ୍‌କାଉଣ୍ଟରରେ ସିଆରପିଏଫ୍‌ର ୩ ଜଣ ଯବାନ ଆହତ ହୋଇଛନ୍ତି।

Advertisment

ହନ୍ଦଓ୍ଵାଡାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଏବଂ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଏନ୍‌କାଉଣ୍ଟର କରାଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଏନ୍‌କାଉଣ୍ଟର ଜାରି ରହିବା ପରେ ଭାରତର ୪ ଜଣ ଯବାନ ସହିଦ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ସେହିପରି ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଗୁଳିବର୍ଷା କରିଛି। ପାକିସ୍ତାନୀ ସେନା ମୋର୍ଟାର ମାଧ୍ୟମରେ ଭାରତ ସୀମାକୁ ଲକ୍ଷ୍ୟ କରି ବିଭିନ୍ନ ସ୍ଥାନରେ ଗୁଳି କରୁଛି।