ଶ୍ରୀନଗର: ଶୁକ୍ରବାର ପାହାନ୍ତା ପହର ପୂର୍ବରୁ ଦକ୍ଷିଣ କଶ୍ମୀର ଅନ୍ତର୍ଗତ ପୁଲ୍ଓ୍ଵାମା ଜିଲ୍ଲାର ଘାଟ ମୋହଲ୍ଲାରେ ଆତ୍ମଗୋପନ କରିଥିବା କେତେକ ଅଜ୍ଞାତ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଭୀଷଣ ଗୁଳିବିନିମୟ ଚାଲିଛି।
ପ୍ରାପ୍ତ ରିପୋର୍ଟ ଅନୁସାରେ, ପୁଲ୍ଓ୍ଵାମାର ଘାଟ ମୋହଲ୍ଲା କାକପୋରା ଅଞ୍ଚଳରେ ୨/୩ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ନିରାପତ୍ତା ଏଜେନ୍ସି ଅଭିଯାନ ଆରମ୍ଭ କରିଥିଲେ।
ସେ ଅଞ୍ଚଳରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ବାହାର କରିବା ଲାଗି ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ବ୍ୟାପକ କରାଯାଇଛି।
ଭାରତୀୟ ସେନା, ‘ସିଆର୍ପିଏଫ୍’ ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ମିଳିତ ଭାବେ ଏହି ଅଭିଯାନ ଚଳାଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ୨/୩ଜଣ ଅଜ୍ଞାତ ଆତଙ୍କବାଦୀ ଛପିଥିବା ସେମାନଙ୍କର ମନେହେଉଛି।
ସଦ୍ୟତମ ସୂଚନା ଅନୁସାରେ, ଜଣେ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ter.jpg)