ଶ୍ରୀନଗର: ବୁଧବାର ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଅଜ୍ଞାତ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଅତି କମରେ ଜଣେ ଆତଙ୍କବାଦୀ ଆହତ ହୋଇଥିବା ଜାଣିବାକୁ ମିଳିଛି।

Advertisment

ସୂଚନାନୁସାରେ, ଡୋଡା ଜିଲ୍ଲାଠାରୁ ପ୍ରାୟ ୯୧ କିଲୋମିଟର ଦୂରରେ ଅବସ୍ଥିତ ଆସାରରେ ଏହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଏକ ଏମ୍‌୪ ରାଇଫଲ ଏବଂ ତିନୋଟି ବ୍ୟାଗ ମଧ୍ୟ ଉଦ୍ଧାର କରିଥିଲେ।
ସୂତ୍ରରୁ ପ୍ରକାଶ ଯେ ସର୍ଚ ଅପରେସନ ବେଳେ ଆସାରର ଏକ ନଦୀ କୂଳରେ ଆତଙ୍କବାଦୀଙ୍କୁ ଧରି ରଖାଯାଇଛି। ନିର୍ଦ୍ଦିଷ୍ଟ ଗୁପ୍ତଚର ଇନପୁଟ ଉପରେ ଆଧାର କରି ପାଟନିଟୋପ ନିକଟ ଆକର ଜଙ୍ଗଲରେ ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୁଲିସ୍‌ ଦ୍ବାରା ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଅପରେସନ‌ ବେଳେ ଆତଙ୍କବାଦୀମାନଙ୍କୁ ସେମାନେ ପାଇବା ସହ ଅପରେସନ ଏବେ ପର୍ଯ୍ୟନ୍ତ ବି ଜାରି ରଖିଛନ୍ତି।

ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଡୋଡାରେ ସଶସ୍ତ୍ର ବାହିନୀ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସମୟରେ ଜଣେ କ୍ୟାପଟେନ ରାଙ୍କ୍‌ ଅଧିକାରୀଙ୍କ ସମେତ ଚାରିଜଣ ସେନା କର୍ମଚାରୀ ଏବଂ ଜଣେ ପୁଲିସ୍‌ ସହିଦ ‌ହୋଇଥିଲେ। ଏହି ଆକ୍ରମଣକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଜୈସ-ଏ-ମହମ୍ମଦ (ଜେଏମ) ଗୋଷ୍ଠୀ 'କଶ୍ମୀର ଟାଇଗର୍ସ' କରିଥିବା ଦାବି ହୋଇଥିଲା।