ଲକ୍ଷ୍ନୌ: ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ସରକାର କ୍ଷମତାକୁ ଆସିବା ପରେ ବିଗତ ୧୦ ମାସ ମଧ୍ୟରେ ୯୦୦ଟି ଏନ୍୍କାଉଣ୍ଟର ହୋଇଛି । ତେବେ ସେଥିରୁ ଅନେକ ବିବାଦୀୟ ରହିଥିବା ବେଳେ ଆଉ କେତେକ ଏବେ ନକଲି ସାବ୍ୟସ୍ତ ହୋଇଛି । ବ୍ୟକ୍ତିଗତ ଶତ୍ରୁତାରୁ ଗତ ୩ ତାରିଖରେ ନୋଏଡ଼ାର ୨୫ ବର୍ଷୀୟ ଯୁବକ ଜିତେନ୍ଦ୍ର ଯାଦବଙ୍କୁ ନକଲି ଏନ୍କାଉଣ୍ଟର କରିବା ଘଟଣାରେ ଆଜି ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆରସି) ୟୁପି ପୁଲିସ୍କୁ ନୋଟିସ୍ ଜାରି କରି ଜବାବ୍ ତଲବ କରିଛନ୍ତି। ପଦୋନ୍ନତି ପାଇବା ନିଶାରେ ୟୁପି ପୁଲିସ୍ ଅପରାଧୀ ଦମନ ବାହାନା କରି ନକଲି ଏନକାଉଣ୍ଟର କରୁଥିବା ଘଟଣା ପଦାରେ ପଡ଼ିଛି। ଭୟର ବାତାବରଣ ସୃଷ୍ଟି କରି ଅପରାଧ ନିୟନ୍ତ୍ରଣ କରିବା ଉଚିତ୍ ପଦକ୍ଷେପ ନୁହେଁ ବୋଲି ଏନ୍ଏଚ୍ଆର୍ସି କହିଛନ୍ତି। ଅପରପକ୍ଷେ, ବିବାଦୀୟ ଏନ୍କାଉଣ୍ଟରଗୁଡ଼ିକୁ ନେଇ ସରକାରଙ୍କ ଅଡ଼ୁଆ ବଢ଼ୁଛି।
ୟୁପିରେ ଏନ୍ କାଉଣ୍ଟର ୧୦ ମାସରେ ୯୦୦
/sambad/media/post_attachments/wp-content/uploads/2018/02/pcps_Web-750x500_jpg_pagespeed_ce_YifwxjXINb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)