ସଂସଦୀୟ ମଣ୍ଡଳୀର କାମ୍ବୋଡ଼ିଆ ଗସ୍ତ ଶେଷ

ସାମିଲ ହୋଇଥିଲେ ବିଜେଡି ସାଂସଦ ଶର୍ମିଷ୍ଠା ସେଠି

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ବରେ ଭାରତୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ଗତକାଲି ତିନି ଦିନିଆ କାମ୍ବୋଡ଼ିଆ ଗସ୍ତ ଶେଷକରିଛନ୍ତି। ଭାରତୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ‘ନାସନାଲ ଆସେମ୍‌ଲି ଅଫ କାମ୍ବୋଡ଼ିଆ’ର ଅଧ୍ୟକ୍ଷ ହେଙ୍ଗ ସାମରିନଙ୍କ ନିମନ୍ତ୍ରଣ କ୍ରମେ କାମ୍ବୋଡ଼ିଆ ଗସ୍ତ କରିଥିଲେ।

ଗସ୍ତ ଅବସରରେ ବାଚସ୍ପତି ଶ୍ରୀ ବିର୍ଲା କାମ୍ବୋଡ଼ିଆ ରାଜା ନୋରୋଦମ ସିହାମନୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ଦୁଇ ଦେଶର ସଂସଦୀୟ ସହଭାଗିତାକୁ ମଜବୁତ କରିବା ପାଇଁ ପ୍ରତିନିଧିମଣ୍ଡଳୀ ଦ୍ବାରା ଗୁରୁତ୍ବାରୋପ କରାଯାଇଥିଲା। ‌‘ନାସନାଲ ଆସେମ୍‌ଲି ଅଫ କାମ୍ବୋଡ଼ିଆ’ର ଅଧ୍ୟକ୍ଷ ଶ୍ରୀ ସାମରିନ ଏବଂ ସିନେଟ୍‌ ଅଧ୍ୟକ୍ଷ ସେ ଚୁହୁମଙ୍କ ସହିତ ଭାରତୀୟ ପ୍ରତିନିଧି ମଣ୍ଡଳୀ ବିଚାରବିମର୍ଶ କରିଥିଲେ। ପ୍ରତିନିଧି ମଣ୍ଡଳୀରେ ବିଜେଡି ସାଂସଦ ଶର୍ମିଷ୍ଠା ସେଠି, କଂଗ୍ରେସ ସାଂସଦ ରଭନିତ ସିଂହ, ବିଜେପି ସାଂସଦ ସରୋଜ ପାଣ୍ଡେ ଓ ଲକେଟ ଚାଟାର୍ଜୀ ଏବଂ ଟିଏମସି ସାଂସଦ ଶାନ୍ତୁନୁ ସେନ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର