୨୦୪୭ ମସିହା ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳପୋଛ କରାଯିବାକୁ ସରକାର ରଖିଛନ୍ତି ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାର ୨.୦ ର ଶେଷ ତଥା ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ମସିହାରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ସେଥିପାଇଁ ଏହି ବଜେଟ୍ ଦେଶ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର | ବଜେଟରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ନୂତନ କାର୍ଯ୍ୟ କରିବାକୁ ମଧ୍ୟ ପ୍ରୟାସ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସଂସ୍କାର ଆବଶ୍ୟକ। ସେଥିପାଇଁ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଏହା ସହିତ ମେଡିକାଲ କଲେଜରେ ଅଧିକରୁ ଅଧିକ ଲ୍ୟାବ ବ୍ୟବସ୍ଥା କରାଯିବ। ଏହାଛଡ଼ା ସାରା ଦେଶରେ ୧୫୭ଟି ନର୍ସିଂ କଲେଜ ସ୍ଥାପନ କରାଯିବ ।

ଆସନ୍ତା ୩ ବର୍ଷରେ ୩୮ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।୨୦୧୪ରୁ ସ୍ଥାପିତ ୧୫୭ଟି ମେଡିକାଲ୍‌ କଲେଜ ସଙ୍ଗରେ ୧୫୭ଟି ନର୍ସିଙ୍ଗ୍‌ କଲେଜ ସ୍ଥାପନ କରାଯିବ। ସରକାରୀ ଓ ବେସରକାରୀ ମେଡିକାଲ୍‌ କଲେଜ ଶିକ୍ଷକମାନଙ୍କ ଗବେଷଣା ନିମନ୍ତେ ‘ଆଇସିଏମ୍‌ଆର୍‌’ ଲ୍ୟାବ୍‌ ଉପଲବ୍ଧ ହେବ। ଏହା ସହିତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ମେସିନ୍ ଅଣାଯିବ ଯାହା ଦ୍ୱାରା ଭାରତରେ ବଡ ବଡ ରୋଗର ସଫଳତାର ସହିତ ନିଦାନ ହୋଇପାରିବ। ୨୦୨୩ ମସିହାର ବଜେଟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ୨୦୪୭ ମସିହା ସୁଦ୍ଧା ରକ୍ତହୀନତା ବା ଏନିମିଆକୁ ମୂଳପୋଛ କରାଯିବ |

କାରଣ ପ୍ରତିବର୍ଷ ଅନେକ ଲୋକ ରକ୍ତ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି । ରକ୍ତହୀନତା ଏବଂ ରକ୍ତ ଅଭାବରୁ ପିଲାମାନଙ୍କୁ ହେଉଥିବା ରୋଗକୁ ଦୂର କରିବାକୁ ବଜେଟରେ ଅନେକ ବ୍ୟବସ୍ଥା କରାଯାଇଛି। ଏହା ସହିତ, ୨୦୪୭ ବର୍ଷ ସୁଦ୍ଧା ଏହାକୁ ଶେଷ କରିବାକୁ ଏକ ଶପଥ ନିଆଯାଇଛି | ବଜେଟରେ ସବୁଠାରୁ କୌତୁହଳର ବିଷୟ ହେଉଛି ମୋଦୀ ସରକାର ମ୍ୟାନହୋଲ ବିଷୟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବଜେଟରେ ଏହା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ କେହି ମଣିଷ ମ୍ୟାନହୋଲରେ ପ୍ରବେଶ କରିବେ ନାହିଁ।

ସମ୍ବନ୍ଧିତ ଖବର