ତେଲ୍ ଅଭିଭ୍: ଗାଜା ଉପରେ ଇସ୍ରାଏଲ୍ର ଭୀଷଣ ବୋମାବର୍ଷଣ ଶତ୍ରୁମାନଙ୍କ ପ୍ରତି ଦଣ୍ଡବିଧାନର ଆରମ୍ଭ ମାତ୍ର ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି।
ଗାଜା ସୀମାନ୍ତରେ ହଜାର ହଜାର ଇସ୍ରାଏଲୀୟ ସୈନିକ ସମବେତ ହୋଇଥିବା ବେଳେ ଟେଲିଭିଜନ୍-ପ୍ରସାରିତ ଉଦ୍ବୋଧନରେ ନେତାନ୍ୟାହୁ କହିଲେ, ଆମ ଶତ୍ରୁମାନେ ଶାସ୍ତି ଭୋଗିବା ଆରମ୍ଭ କରିଛନ୍ତି ମାତ୍ର। କ’ଣ ଘଟିବ ତାହା ମୁଁ ଆଗତୁରା କହି ପାରିବି ନାହିଁ, ଖାଲି କହୁଛି ଇଏ ଆରମ୍ଭ ମାତ୍ର।
ଗତ ୨୪ ଘଣ୍ଟା ମଧ୍ୟରେ ଅଧିକୃତ ପାଲେଷ୍ଟେନୀୟ ଅଞ୍ଚଳରେ ଘେରି ରହିଥିବା ସୈନିକମାନେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି ବୋଲି ଇସ୍ରାଏଲୀୟ ସେନା ଘୋଷଣା କରିବାର ଅଳ୍ପ କିଛି ସମୟ ପରେ ନେତାନ୍ୟାହୁ ଉପରୋକ୍ତ କଥା କହିଛନ୍ତି। ସେ କହିଛନ୍ତି, ଏହା ସ୍ଥଳସେନା ଆକ୍ରମଣର ଉପକ୍ରମଣିକା।
Image Courtesy of India Todayହମାସ୍ଙ୍କୁ ନିପାତ କରିବୁ ବୋଲି କରିଥିବା ଶପଥକୁ ପୁଣି ଦୋହରାଇ ନେତାନ୍ୟାହୁ କହିଛନ୍ତି, ଆମେ କ୍ଷମା କରିବୁ ନାହିଁ, ଇହୁଦୀ ଜନତା ଉପରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣକୁ ଆମେ ବିଶ୍ବବାସୀଙ୍କୁ ଭୁଲିବାକୁ ଦେବୁ ନାହିଁ। ଅସୀମ କ୍ଷମତା ପ୍ରୟୋଗ କରି ଆମେ ଶତ୍ରୁ ସହିତ ଲଢ଼େଇ କରିବୁ। ଆମ ଦେଶର ସୈନ୍ୟମାନେ ସିଂହ ପରି ଲଢ଼େଇ କରୁଛନ୍ତି। ଅଭୂତପୂର୍ବ ବଳ ନେଇ ଆମେ ଶତ୍ରୁ ଉପରେ ଆକ୍ରମଣ କରିବୁ। ଗୁରୁତ୍ବାରୋପ କରି କହୁଛି, ଇଏ ଆରମ୍ଭ ମାତ୍ର।
ସୂଚନାଯୋଗ୍ୟ, ଇସ୍ରାଏଲ୍ ସୈନିକମାନେ ଗାଜା ସହର ମଧ୍ୟରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଘେରାବନ୍ଦୀ କରି ଆକ୍ରମଣ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/netanyahu.jpg)