ଭୁବନେଶ୍ବର: ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ସମାରୋହ-୨୦୨୨ରେ ରେଫ୍ରିଜରେଟର ବର୍ଗରେ ହାୟର ଇଣ୍ଡିଆକୁ ‘ବର୍ଷର ସବୁଠୁ ଶକ୍ତି ମିତବ୍ୟୟୀ ଆପ୍ଲାଏନନ୍ସ ପୁରସ୍କାର’ ଦିଆଯାଇଛି। ଲଗାତାର ଦ୍ବିତୀୟ ବର୍ଷ ପାଇଁ କଂପାନିକୁ ଏହି ପୁରସ୍କାର ମିଳିଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ, ଶକ୍ତି ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ୍ ଏବଂ ଶକ୍ତି ସଚିବ ଆଲୋକ କୁମାରଙ୍କ ଉପସ୍ଥିତିରେ ଏହି ପୁରସ୍କାର ଦିଆଯାଇଛି। ଏହି ପୁରସ୍କାର ଆମ ପାଇଁ ଏକ ଗର୍ବର ମୁହୂର୍ତ ବୋଲି କଂପାନିର ସଭାପତି ସତୀଶ ଏନ୍‌ଏସ୍‌ କହିଛନ୍ତି।