ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାଁଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜାରି କଲା ନୋଟିସ୍‌

ନୂଆଦିଲ୍ଲୀ: ବୈଦେଶିକ ବିନିମୟ ପରିଚାଳନା ଆଇନ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟ ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାଁଙ୍କୁ ନୋଟିସ୍‌ ଜାରି କରିଛି।

ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ବିପୁଳ ପରିମାଣର ଫେରସ୍ତ କରାଯାଇ ନ ଥିବା ବୈଦେଶିକ ମୁଦ୍ରା ଉଦ୍ଧାର କରାଯାଇଥିବା ଘଟନାରେ ୨୦୧୧ରେ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍‌ସ୍‌ (ଡିଆର୍‌ଆଇ) ଏଫ୍‌ଇଏମ୍‌ଏ ଓ କଷ୍ଟମ୍‌ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ଖାଁ ଏବଂ ତାଙ୍କ ମ୍ୟାନେଜର୍‌ ମରୁଫ୍‌ଙ୍କ ବିରୋଧରେ ଚାର୍ଜ କରିଥିଲା।

ଫେରସ୍ତ ହୋଇ ନ ଥିବା ପ୍ରାୟ ୧. ୨୪ ଲକ୍ଷ ଡଲାର୍‌ ଏବଂ ବୈଦେଶିକ ମୁଦ୍ରାରେ ଚେକ୍‌/ଡ୍ରାଫ୍‌ଟ୍‌ ଆଦି ସହ ୨୦୧୧ ମସିହା ଫେବ୍ରୁଆରି ୧୩ ତାରିଖରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଡିଆର୍‌ଆଇ ଦୁହଁଙ୍କୁ ଅଟକାଇଥିଲା। ତଦନ୍ତ ଶେଷ କରିବା ପରେ ଡିଆର୍‌ଆଇ ମାମଲା ଆଡ୍‌ଜୁଡିକେସନ୍‌ ଲାଗି ଏୟାର୍‌ପୋର୍ଟର କମିସନର୍‌ କଷ୍ଟମ୍‌ଙ୍କ ନିକଟକୁ ପଠାଇଛି।

ଖାଁ କହିଥିଲେ ଯେ ସେ କିଛି ଭୁଲ୍‌ କରି ନାହାନ୍ତି। ଉଦ୍ଦେଶ୍ୟମୂଳକ ଭାବେ ନୁହେଁ ଗୋଟିଏ ଦଳରେ ଯାତ୍ରା କରୁଥିବାରୁ ସେ ଟଙ୍କା ରଖିଥିଲେ। ଗାୟକଙ୍କର ଓକିଲମାନେ ସୋ’ ଏବଂ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଦାଖଲ କରିଥିଲେ।

ଏହି ଜନପ୍ରିୟ ସୁଫି ଗାୟକଙ୍କର ବହୁ ଗୀତ ହିନ୍ଦୀ ଚଳଚ୍ଚିତ୍ରରେ ରହିଛି। ସେ ୨୦୧୧ରେ ବେଷ୍ଟ୍‍ ମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର୍‌ ଭାବେ ଫିଲ୍ମ ଫେୟାର୍‌ ଆଓ୍ଵାର୍ଡ ପାଇଛନ୍ତି।

ସମ୍ବନ୍ଧିତ ଖବର