ଗୋଟିଏ ପାଣି ବୋତଲ ହେତୁ ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ନୂଆଦିଲ୍ଲୀ: ବେଳେବେଳେ ଏକ ଛୋଟ ଭୁଲ ବି ମଣିଷର ଜୀବନ ନେଇ ଯାଇଥାଏ। ଏମିତି ଏକ ଘଟଣା ‌ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ଘଟିଛି। ଗୋଟିଏ  ପାଣି ବୋତଲ ପାଇଁ ଜଣେ ଇଞ୍ଜିନିୟରଙ୍କ ଜୀବନ ଚାଲି ଯାଇଛି।

ଦିଲ୍ଲୀରେ ବସବାସ କରୁଥିବା ଇଞ୍ଜିନିୟର ଅଭିଷେକ ଝା ସାଙ୍ଗମାନଙ୍କ ସହ କାରରେ ଗ୍ରେଟର ନୋଏଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ଅଭି‌ଷେକଙ୍କ ଗାଡ଼ି ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ଟ୍ରକରେ ଯାଇ ପିଟି ହୋଇଥିଲା। ଯେଉଁ କାରଣରୁ ଇଞ୍ଜିନିୟରଙ୍କ ଜୀବନ ଚାଲି ଯାଇଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ଯାଞ୍ଚରୁ ପୁଲିସ କହିଛି ଏକ ବୋତଲ ହେତୁ ଏହି ଦୁର୍ଘଟଣା ଘଟିଛି।

ପୁଲିସ ମୁତାବକ, ଅଭିଷେକ କାର ଚଲାଉଥିବା ବେଳେ ସିଟ ପଛପଟେ ଥିବା ଏକ ବୋତଲ ଗୋଡ଼ ପାଖକୁ ଖସି ଆସିଥିଲା। ଟ୍ରକକୁ ଦେଖି ଅଭିଷେକ ବ୍ରେକ ମାରିବାକୁ ଚେଷ୍ଟା କରିଥିଲେ। ବ୍ରେକ ତଳେ ବୋତଲ ରହି ଯାଇଥିବା ହେତୁ ବ୍ରେକ ମାରି ହୋଇ ନଥିଲା। ଫଳରେ କାରଟି ଯାଇ ଟ୍ରକ ସହିତ ଧକ୍କା ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର