ପୋଖରୀ ସଫା କରିବା ପାଇଁ ଇଞ୍ଜିନିୟରିଂ ଚାକିରି ଛାଡ଼ିଥିବା ରାମଭୀରଙ୍କୁ ପ୍ରଶଂସା କଲେ ‌ମୋଦୀ

ନୂଆଦିଲ୍ଲୀ: ‘ମନ୍ କି ବାତ’ ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଭୀର ତନୱାରଙ୍କୁ ପ୍ରଶଂସା କରିଛନ୍ତି। ଯାହାଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦରେ ‘ପଣ୍ଡ ମ୍ୟାନ୍’ ଭାବରେ ସମସ୍ତେ ଜାଣନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମେକାନିକାଲ୍ ଇଞ୍ଜିନିୟରିଂ ସମାପ୍ତ କରିବା ପରେ ରାମଭୀର ଇଞ୍ଜିନିୟରିଂ ଚାକିରି କରୁଥିଲେ। ଚାକିରି କରୁଥିବା ସମୟରେ ତାଙ୍କ ମନରେ ପରିଷ୍କାର ପରିଚ୍ଛନ୍ନତା ନିଶା ଏମିତି ଘାରିଥିଲା କି ସେ ଚାକିରି ଛାଡି ପୋଖରୀ ସଫା କରିବା ଆରମ୍ଭ କରି ଦେଇଥିଲେ।”

 

तालाबों को साफ करने का बीड़ा उठाया

ତେବେ ଆସନ୍ତୁ ଜାଣିବା ଏହି ‘ପଣ୍ଡ ମ୍ୟାନ’ଙ୍କ ବିଷୟରେ…

ନୋଏଡା ନିବାସୀ ରାମଭୀର ତନୱାର ‘ପଣ୍ଡମ୍ୟାନ୍’ ଭାବରେ ଜଣାଶୁଣା ହୋଇଛନ୍ତି। ଏହି ଖବର ଲେଖାହେଲା ପର୍ଯ୍ୟନ୍ତ ସେ ପ୍ରାୟ ୪୦ରୁ ଅଧିକ ପ୍ରଦୂଷିତ ପୋଖରୀକୁ ସଫା କରିଛନ୍ତି। ଏପରି କାମ କରି ରାମଭୀର ତନୱାର ନୋଏଡା-ଗ୍ରେଟର ନୋଏଡାର ଲକ୍ଷଲକ୍ଷ ଲୋକଙ୍କୁ ଦୂଷିତ ପାଣି ହେତୁ ହେଉଥିବା ଗମ୍ଭୀର ରୋଗରୁ ରକ୍ଷା କରି ପାରିଛନ୍ତି।

ରାମଭୀର ତନୱାର କହିଛନ୍ତି, “ପୋଖରୀଗୁଡ଼ିକ ଆମର ଗୁରୁଜନମାନଙ୍କ ଐତିହ୍ୟ। ଆମକୁ ତାହା ସଫା କରିବାକୁ ପଡ଼ିବ। ପରିଷ୍କାର ଏବଂ ସୁନ୍ଦର ରଖିବାକୁ ପଡିବ।

ରାମଭୀର ତନୱାର ଗ୍ରେଟର ନୋଏଡାର ଡାଢ଼ା-ଡାବ୍ରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାପା ଚାଷକାମ କରୁଥିଲେ। ରାମଭୀର ନିଜର ପାଠପଢ଼ା ଗାଁରେ ଶେଷ କରିଥିଲେ। ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରାମଭୀର ଇଞ୍ଜିନିୟରିଂ ପାଠପଢ଼ିଥିଲେ।

अब तक 30 अधिक तालाब कर चुके हैं साफ, मिल चुके हैं कई अवॉर्ड

ପୁଅକୁ ବି.ଟେକ୍ ପଢ଼ାଇବା ପାଇଁ ରାମଭୀରଙ୍କ ପିତା ତାଙ୍କ ଜମି ବି ବିକ୍ରି କରି ଦେଇଥିଲେ। ଏହାପରେ ରାମଭୀର ଗ୍ରେଟର ନୋଏଡାର ଏକ କଲେଜରେ ନାମ ଲେଖାଇଥିଲେ। ଏହି କଲେଜରୁ ରାମଭୀର ତନୱାର ୨୦୧୪ ରେ ମେକାନିକାଲ ଇଞ୍ଜିନିୟର ଭାବରେ ପାଠପଢ଼ା ଶେଷ କରିଥିଲେ।

ରାମଭୀର ଏକ ସାକ୍ଷାତକାରରେ କହିଛନ୍ତି ଯେ ସହରରେ ଗ୍ରୀଷ୍ମ ପ୍ରବାହ ହେତୁ ଜଳ ସ୍ତର ହ୍ରାସ ପାଉଛି। ଅନ୍ୟପକ୍ଷରେ ପୋଖରୀଗୁଡ଼ିକ ମଇଳାରେ ପରିପୂର୍ଣ୍ଣ ଥିଲା, କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦେଉ ନଥିଲେ। ଗାଁ ଏବଂ ଆଖପାଖର ଲୋକମାନେ ଜଳ ଅଭାବର ସମ୍ମୁଖୀନ ହେଉଥିଲେ। ଅଧିକାଂଶ ପୋଖରୀ ଶୁଖି ଯାଇଥିଲା କିମ୍ବା ଅପରିଷ୍କାର କାରଣରୁ ପାଣି ପିଇବା ଉପଯୋଗୀ ନଥିଲା |ତେଣୁ ସେ ପୋଖରୀ ସଫା କରିବା ପାଇଁ ପଦକ୍ଷେପ ନେଇଥିଲେ।

 

 

 

ସମ୍ବନ୍ଧିତ ଖବର