୨୦୧୫ ସଡ଼କ ଦୁର୍ଘଟଣାରେ ପଙ୍ଗୁ ହୋଇ ଯାଇଥିବା ଇଞ୍ଜିନିୟର୍‌ଙ୍କୁ ୧. ୪ କୋଟି ଟଙ୍କା କ୍ଷତିପୂରଣ

ଠାଣେ: ସଡ଼କରେ କଣ୍ଟେନର୍‌ ଟ୍ରକ୍‌ ସହ ଦୁର୍ଘଟଣା ଘଟି ବାକି ଜୀବନ ପାଇଁ ପଙ୍ଗୁ ହୋଇଯାଇଥିବା ଜଣେ ୩୮ ବର୍ଷିୟ ସିଭିଲ୍‌ ଇଞ୍ଜିନିୟରଙ୍କୁ ୧. ୪ କୋଟି ଟଙ୍କା କ୍ଷତିପୂରଣ ବାବଦରେ ଦେବା ପାଇଁ ଠଣେ ମୋଟର୍‌ ଆକ୍‌ସିଡେଣ୍ଟ୍‌ କ୍ଲେମ୍‌ସ୍‌ ଟ୍ରାଇବୁନାଲ୍‌ ଆଦେଶ ଦେଇଛି। ନିୟୁ ଇଣ୍ଡିଆ ଇସ୍ୟୁରାନ୍‌ସ୍‌ କମ୍ପାନୀ ଓ ଉତ୍ତର ପ୍ରଦେଶର ରୋଶନ୍‌ ଫ୍ରେଟ୍‌ କ୍ୟାରିଅର୍ସର ମାଲିକ ମିଳିତ ଭାବେ ଏହି ଅର୍ଥ ପ୍ରଦାନ କରିବେ। ଏହା ସମ୍ଭବତଃ ନିକଟ ଅତୀତରେ ଶାରୀରିକ ଅସମର୍ଥତା ପାଇଁ ଦିଆ ଯାଇଥିବା କ୍ଷତିପୂରଣର ସମସ୍ତ ରେକର୍ଡ ଟପି ଯାଇଛି।

ଦୁର୍ଘଟଣାରେ ପଙ୍ଗୁ ହୋଇ ଯାଇଥିବା ଯୋଗୁଁ କ୍ଷତି ପୂରଣ ଆଶାରେ ଭିଓ୍ଵାଣ୍ଡି ଅନ୍ତର୍ଗତ କାଣେରି ନିବାସୀ କିରଣ ଓରଫ କିରୋଣ ଏଚ୍‌ ପାଟିଲ୍‌। ପାଟିଲ୍‌ଙ୍କ ପ୍ରତିନିଧିତ୍ୱ କରୁଥିବା ଲିଗାଲ୍‌ ଟିମ୍‌ ଦର୍ଶାଇଲେ ଯେ ୨୦୧୫ ମସିହା ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟା ସାଢ଼େ ଛଅଟା ବେଳେ ସେ ବାଇକ୍‌ ଚଳାଇ ଭିଓ୍ଵାଣ୍ଡି ସହର ଆଡ଼କୁ ଯିବାବେଳେ କଣ୍ଟେନର୍‌ ଟ୍ରକ୍‌ ତାଙ୍କୁ ପଛପଟୁ ଧକ୍କା ଦେଇ ତାଙ୍କ ଗୋଡ଼, ଜଙ୍ଘ ଏବଂ ଅଣ୍ଟାରେ ଚଢ଼ି ସାଙ୍ଘାତିକ କ୍ଷତି କରିଥିଲା।

ପାଟିଲ୍‌ ଟ୍ରାଇବୁନାଲ୍‌କୁ କହିଥିଲେ କି, ସେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି କେତେ ଗୁଡ଼ିଏ ଅସ୍ତ୍ରୋପଚାର କରାଇଥିଲେ ମଧ୍ୟ ଯେମିତିକୁ ସେମିତି ପଙ୍ଗୁ ହୋଇ ରହିଲେ। ସେ ଆହୁରି ଦର୍ଶାଇ ଥିଲେ କି, ସେ ଜଣେ ବିଇ (ସିଭିଲ୍‌) ଏବଂ ଜଣେ ବିଲ୍‌ଡର୍‌ଙ୍କ ପାଖରେ ଲିଆସନିଙ୍ଗ୍‌ ଅଧିକାରୀ ଭାବେ କାମ କରି ମାସିକ ୩୩, ୩୩୩ ଟଙ୍କା ଦରମା ପାଉଥିଲେ। କିନ୍ତୁ, ଏବେ ସେ ସମ୍ପୂର୍ଣ୍ଣ ପଙ୍ଗୁ ହୋଇ ଯାଇଥିବାରୁ କାମ କରିବାକୁ ଅସମର୍ଥ। ତେଣୁ ତାଙ୍କୁ ୧. ୫ କୋଟି ଟଙ୍କା ଦିଆଯାଉ।

ପାଟିଲ୍‌ଙ୍କୁ ଚିକିତ୍ସା କରିଥିବା ଡାକ୍ତର ମଧ୍ୟ ତାଙ୍କ ରିପୋର୍ଟ ଦେଇଥିଲେ ଯେଉଁଥିରେ ତାଙ୍କର ବାମ ଗୋଡ଼ଟି ଆଣ୍ଠୁ ତଳକୁ କାଟିବାକୁ ପଡ଼ିଥିବା ଦର୍ଶାଯାଇଥିଲା। ଏହା ବ୍ୟତିରେକେ, ଦୁର୍ଘଟଣା ଯୋଗୁଁ ତାଙ୍କ ଅନ୍ୟାନ୍ୟ ଶାରୀରିକ ଅକ୍ଷମତା ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ।

ଟ୍ରାଇବୁନାଲ୍‌ ଆଦେଶ ଦେଇଥିବା କ୍ଷତିପୂରଣ ବାବଦ ଅର୍ଥରେ ରହିଛି ଓପିଡି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ଔଷଧ ବାବଦରେ ୨୫ ଲକ୍ଷ ଟଙ୍କା, ଭବିଷ୍ୟତ ଉପାର୍ଜନ କ୍ଷତି ବାବଦକୁ ୭୩ ଲକ୍ଷ ଟଙ୍କା, ଏବଂ ବାକି ଅର୍ଥ ୮% ସୁଧହାରରେ ନିୟୁ ଇଣ୍ଡିଆ ଆସ୍ୟୁରାନ୍‌ସ୍‌ ଦେବ।

ସମ୍ବନ୍ଧିତ ଖବର