ଯୁଦ୍ଧରୁ ଦୂରେଇ ରହିବାକୁ କହିଲା ବ୍ରିଟେନ୍‌

ନୂଆଦିଲ୍ଲୀ, : ବାଲାକୋଟ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧଖୋର ମନୋଭାବରୁ ନିବୃତ୍ତ ରହିବା ପାଇଁ ଆଜି ବ୍ରିଟେନ ସରକାର ଦୁଇ ଦେଶକୁ ପରାମର୍ଶ ଦେଇଛନ୍ତି। ପରସ୍ପର ପ୍ରତି ଏଭଳି ପ୍ରତିଶୋଧମୂଳକ ପଦକ୍ଷେପ ଜାରି ରହିଲେ ଉଭୟ ଦେଶରେ ଅସ୍ଥିରତା ଦେଖାଦେବା ସହ ଶାନ୍ତି ବ୍ୟାହତ ହେବ ବୋଲି ବ୍ରିଟେନ ସରକାରଙ୍କ ବୈଦେଶିକ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଅପରପକ୍ଷେ, ପୁଲଵାମା ଆକ୍ରମଣର ଦାୟୀ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନ୍ ବିଭିନ୍ନ ସହଯୋଗୀ ରାଷ୍ଟ୍ର ସମେତ ଜାତିସଂଘ ସୁରକ୍ଷା ପରିଷଦ ସହ ଆଲୋଚନା ଜାରି ରଖିଛି ବୋଲି କହିଛି।

ସମ୍ବନ୍ଧିତ ଖବର