ମଞ୍ଚେଷ୍ଟର : ମାଞ୍ଚେଷ୍ଟର ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୬୬୯ ରନ କରି ଅଲଆଉଟ ହୋଇଯାଇଛି । ଏହା ସହିତ ଇଂଲଣ୍ଡ ଭାରତଠାରୁ ବିଶାଳ ୩୧୧ ରନରେ ଅଗ୍ରଣୀ ରହିଛି ।
ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ଜ୍ୟାକ୍ କ୍ରାଉଲି ଓ ବେନ ଡକେଟ୍ ଦଳ ପାଇଁ ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ । କ୍ରାଉଲି ୮୪ ରନ କରିଥିବାବେଳେ ଡକେଟ୍ ୯୪ ରନ କରିଥିଲେ । ତେବେ ଜୋ ରୁଟ୍ ୧୫୦ ରନ କରିବା ସହ ଟେଷ୍ଟ କ୍ରିକେଟରେ ୨ୟ ସର୍ବାଧିକ ରନ ସ୍କୋରର ପାଲଟିଛନ୍ତି । ସେହିପରି ଅଧିନାୟକ ବେନ ଷ୍ଟୋକ୍ସ ୧୪୧ ରନ କରିଥିଲେ ଓ ବ୍ରାଇଡନ କାର୍ସେ ୪୭ ରନ କରିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୪ଟି ଓ୍ବିକେଟ ନେଇଥିବାବେଳେ ଯସପ୍ରୀତ ବୁମରା ଓ ଓ୍ବାସିଂଟନ ସୁନ୍ଦର ୨ଟି ଲେଖାଏଁ ଓ୍ବିକେଟ ନେଅଥିଲେ । ସେହିପରି ଅଂଶୁଲ କମ୍ବୋଜ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/26/gwx9ba2bqaap61n-2025-07-26-17-21-02.jpg)