ଜୁଲାଇ ୧୯ରୁ ଇଂଲଣ୍ଡରୁ ହଟିବ ଲକଡାଉନ, ସଂକ୍ରମିତ ହେଲେ ଲୋକେ ନିଜକୁ କରିବେ ସଙ୍ଗରୋଧ

ନୂଆଦିଲ୍ଲୀ: ବିଶ୍ୱ କରୋନା ସହିତ ଲଢେଇ କରୁଛି । ଆଉ ଏହାରି ଭିତରେ ଇଂଲଣ୍ଡ ଏକ ବହୁତ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ଆସନ୍ତା ସପ୍ତାହରୁ ଇଂଲଣ୍ଡ ଲକଡାଉନ୍ କଟକଣା ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛି । ଏନେଇ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଘୋଷଣା ପରେ ବିଭିନ୍ନ ଦେଶ ଏବେ ଏହି ନିଷ୍ପତ୍ତିକୁ ନେଇ ବିଚାର କରିବା ଆରମ୍ଭ କରିଛନ୍ତି ।

ଇଂଲଣ୍ଡ ବି ଏବେ କରୋନା ସହିତ ଲଢେଇ କରୁଥିବା ବେଳେ ଇଂଲଣ୍ଡରେ ଏବେ ବି ଦୈନିକ ୧୦୦୦ରୁ ୨୦୦୦ କରୋନା ପଜିଟିଭ୍ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଦୈନିକ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ତଥାପି ଏହା ଭିତରେ କରୋନାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବର୍ତ୍ତମାନ କରୋନା କଟକଣାରେ ଆଉ ଲୋକଙ୍କୁ ଅଧିକ ଦିନ ନରଖିବା ପାଇଁ ଲକଡାଉନର କଠୋର କଟକଣାକୁ ଜୁଲାଇ ୧୯ ତାରିଖରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋରିସ ଜନସନ ।

Global experts urge Boris Johnson to delay 'dangerous' Covid reopening | Coronavirus | The Guardian
The Guardian

କରୋନା ସହିତ ଲଢେଇ ଭିତରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ବଡ଼ ବାର୍ତ୍ତା ପ୍ରଦାନ କରୁଛି । କାରଣ କରୋନା କଟକଣାରେ ବିଶ୍ୱର ଅନେକ ଦେଶର ଅର୍ଥନୀତି ପ୍ରଭାବିତ ହେଲାଣି । କାମ ନଥିବାରୁ ଲୋକଙ୍କ ବଞ୍ଚିବା ବି କଷ୍ଟକର ହୋଇଗଲାଣି । ସଂଚିତ ଅର୍ଥ ସରିବା ପରେ କିପରି ମଣିଷ ବଞ୍ଚିବ ତାକୁ ନେଇ ଚିନ୍ତା । ଏପରି କିଛି କଷ୍ଟକର ପରିସ୍ଥିତିରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ କରୋନା କଟକଣାକୁ ପ୍ରତ୍ୟାହାର କରି ସତର୍କତାର ସହ ଜୀବନ ବଞ୍ଚିବାକୁ ଲୋକଙ୍କ ପାଇଁ ବାଟ ବାଛିବାକୁ ପସନ୍ଦ କରିଛନ୍ତି ।

ସମ୍ବନ୍ଧିତ ଖବର