ଧର୍ମଶାଳା : ଇଂଲଣ୍ଡ କ୍ରିକେଟ ଦଳ ଆଜିକାଲି ଭାରତ ଗସ୍ତରେ ରହିଛି। ଭାରତ ଗସ୍ତରେ ଥିବା ଇଂଲଣ୍ଡ ଖେଳାଳିମାନେ ଏଭଳି ପଦକ୍ଷେପ ନେଇଛନ୍ତି, ଯାହା ଚୀନକୁ କ୍ରୋଧିତ କରିବ । ଏହାର କାରଣ ହେଉଛି ଇଂଲଣ୍ଡ ଦଳର ଖେଳାଳିମାନେ ତିବ୍ଦତର ସର୍ବୋଚ୍ଚ ଧାର୍ମିକ ନେତା ଦଲାଇ ଲାମାଙ୍କୁ ଭେଟିଛନ୍ତି । ଖାଲି ସେତିକି ନୁହେଁ ଏହି ସାକ୍ଷାତର ଫଟୋ ଇଂଲଣ୍ଡ କ୍ରିକେଟ ଦଳର ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରାଯାଇଛି ।
ହିମାଚଳ ପ୍ରଦେଶର ଧର୍ମଶାଳାସ୍ଥିତ ଦଲାଇ ଲାମାଙ୍କ ବାସଭବନରେ ଇଂଲଣ୍ଡ କ୍ରିକେଟ୍ ଦଳ ଓ ମ୍ୟାନେଜମେଣ୍ଟର ଅଧିକାରୀମାନେ ଦଲାଇ ଲାମାଙ୍କୁ ଭେଟିଥିଲେ। ଏଭଳି ସ୍ଥିତିରେ ଇଂଲଣ୍ଡ ଦଳ ଧର୍ମଶାଳାରେ ପହଞ୍ଚି ଦଲାଇ ଲାମାଙ୍କୁ ଭେଟିଥିଲା।
ବାସ୍ତବରେ ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମା ଏପରି ଜଣେ ବ୍ୟକ୍ତି, ଯାହାଙ୍କ ନାମ ଚୀନକୁ ଚିଡ଼ାଇବାକୁ ଯଥେଷ୍ଟ । ୧୯୫୯ ମସିହା ମାର୍ଚ୍ଚ ମାସରୁ ଦଲାଇ ଲାମା ଭାରତରେ ଆଶ୍ରୟ ନେଇଛନ୍ତି। ଦଲାଇ ଲାମାଙ୍କୁ ଭାରତରେ ଆଶ୍ରୟ ଦେବାକୁ ଚୀନ୍ ତୀବ୍ର ବିରୋଧ କରିଆସୁଛି।
୧୯୫୯ ମସିହାରେ ଚୀନ୍ ତିବ୍ବତ କୁ ଦଖଲ କରିଥିଲା। ଏହାପରେ ଦଲାଇ ଲାମାଙ୍କୁ ଭାରତ ଆସିବାକୁ ପଡ଼ିଥିଲା। ସେବେଠାରୁ ସେମାନେ ଭାରତରେ ରହୁଛନ୍ତି। ଦଲାଇ ଲାମାଙ୍କ ପ୍ରତି ଚୀନ୍ର ଅସନ୍ତୋଷ ଏତେ ଯେ ସେ ଗସ୍ତ କରୁଥିବା ଦେଶର ସରକାରମାନଙ୍କୁ ଚୀନ୍ ଆପତ୍ତି କରିବା ଆରମ୍ଭ କରିଦିଏ।