ନ୍ୟୁୟର୍କ : ଅନେକ ସମୟରେ ମହାକାଶରେ ଏଭଳି ଘଟଣା ଦେଖିବାକୁ ମିଳେ ଯାହା ପୂର୍ବରୁ କେବେ ଦେଖାଯାଇନଥାଏ । ଏପରି ଅଭୁତପୂର୍ବ ଘଟଣା ବୈଜ୍ଞାନିକମାନଙ୍କୁ ବି ଚକିତ କରିଦିଏ । ଏପରି ଏକ ଅତି ବିରଳ ଘଟଣା ଘଟିଛି ସୂର୍ଯ୍ୟପୃଷ୍ଠରେ । ନିକଟରେ ସୂର୍ଯ୍ୟର ଉତ୍ତର ମେରୁର ଏକ ଜ୍ବଳନ୍ତ ପ୍ଲାଜମା ଅଂଶ ବାହାରି ଯାଇ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା ଓ ପ୍ରାୟ ୮ ଘଣ୍ଟା ପରେ ଏହା ପୁଣି ସୂର୍ଯ୍ୟପୃଷ୍ଠରେ ମିଳେଇଯାଇଥିଲା ।
ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ଯୋଗୁଁ ଏହି ମହାଜାଗତିକ ଦୃଶ୍ୟ ଦେଖିବା ସମ୍ଭବ ହୋଇପାରିଛି । କାଲିଫର୍ଣ୍ଣିଆ ଏରୋସ୍ପେସ କର୍ପୋରେସନର ଜଣେ ବୈଜ୍ଞାନିକ ତାମିତା ସ୍କୋଭ ସୋସିଆଲ ମିଡିଆରେ ନାସାର ଏକ ଛୋଟ ଭିଡିଓ ସେୟାର କରି ଏହି ରୋଚକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ।
Talk about Polar Vortex! Material from a northern prominence just broke away from the main filament & is now circulating in a massive polar vortex around the north pole of our Star. Implications for understanding the Sun's atmospheric dynamics above 55° here cannot be overstated! pic.twitter.com/1SKhunaXvP
— Dr. Tamitha Skov (@TamithaSkov) February 2, 2023
ନିଜ ଟୁଇଟରେ ସ୍କୋଭ ଲେଖିଛନ୍ତି, ପୋଲାର ଭର୍ଟେକ୍ସ ବିଷୟରେ କଥା ହୁଅନ୍ତୁ। ବର୍ତ୍ତମାନ ଆମ ନକ୍ଷତ୍ର ଉତ୍ତର ମେରୁ ନିକଟରେ ମୂଳ ପିଣ୍ଡଠାରୁ ଅଲଗା ହେଉଥିବା ଦେଖାଯାଇଛି ଏବଂ ଏକ ବିଶାଳ ମେରୁ ଭର୍ଟେକ୍ସ (ଘୂର୍ଣ୍ଣିଝଡ଼) ଆକାରରେ ଘୂରିବୁଲୁଛି ।
ସୂର୍ଯ୍ୟପୃଷ୍ଠରେ ଏପରି ଘଟଣା ନିୟମିତ ଭାବେ ଘଟୁଥିଲେ ବି ପ୍ରଥମ ଥର ପାଇଁ ଗୋଟିଏ ଅଂଶ ସଂପୂର୍ଣ୍ଣ ଅଲଗା ହୋଇ ଘୁରିବୁଲିବା ବୈଜ୍ଞାନିକମାନଙ୍କୁ ଆଚମ୍ବିତ କରିଛି ।