ଭୋଟ ଗଣତି ଦିନଟି ସୁପର ସ୍ପ୍ରେଡର୍ ସମାବେଶ ନହେଉ; ନିଶ୍ଚିତ କରିବାକୁ ନିର୍ବାଚନ କମିସନ ଓ ବିଭିନ୍ନ ଦଳକୁ କହିଲେ ମାଡ୍ରାସ ହାଇକୋର୍ଟ

ମୁମ୍ବାଇ: ଭୋଟ ଗଣତି ଦିନଟି ସୁପର ସ୍ପ୍ରେଡର୍ ସମାବେଶ ନହେଉ। ମତଦାନ ସମୟରେ ଯେଉଁ ସମସ୍ୟା ହୋଇଥିଲା, ତାହା ‌ଭୋଟ ଗଣତି ଦିନ ନହେଉ ବୋଲି ମାଡ୍ରାସ ହାଇକୋର୍ଟ ଗୁରୁବାର ନିର୍ବାଚନ କମିସନ, ରାଜ୍ୟ ସରକାର ଏବଂ ରାଜନୈତିକ ଦଳକୁ ନିଶ୍ଚିତ କରିବାକୁ କହିଛନ୍ତି। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏଭଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ।

ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ ସେନ୍ଥିଲକୁମାର ରାମାମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ ଆୟୋଗ ଦ୍ବାରା ଭୋଟ୍ ଗଣତି ଦିନ କୋଭିଡ ଉପଯୁକ୍ତ ଆଚରଣ ସୁନିଶ୍ଚିତ କରିବାକୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଯାଞ୍ଚ କରିଥିଲେ। ଏହି ସମୟରେ ତାମିଲନାଡୁର ଆଡଭୋକେଟ ଜେନେରାଲ ବିଜୟ ନାରାୟଣ ଖଣ୍ଡପୀଠକୁ କହିଥିଲେ ଯେ, ସ୍ୱାସ୍ଥ୍ୟ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କୋର୍ଟଙ୍କ ପୂର୍ବ ପର୍ଯ୍ୟବେକ୍ଷଣକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ଗଣନା ସମୟରେରେ କୋଭିଡ ପ୍ରୋଟୋକଲ ଅନୁସରଣ କରାଯିବ ବୋଲି କହିଛନ୍ତି। ଇଭିଏମ୍ ସାନିଟାଇଜେସନ୍, କାଉଣ୍ଟିଂ ହଲ୍ ସାନିଟାଇଜେସନ୍, ଥର୍ମାଲ୍ ସ୍କାନିଂ, ମାସ୍କ, ନେଗେଟିଭ୍ କୋଭିଡ ରିପୋର୍ଟ ଏବଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

If COVID protocols aren't in place, will not allow counting: Madras HC to EC - The Federal
The Federal News

ଏହା ସହ ସେ କହିଥିଲେ ଯେ, ନିର୍ବାଚନ କମିସନ ବିଜୟ ରାଲି ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ତେବେ ବିଜୟ ନାରାୟଣଙ୍କ ପକ୍ଷ ଶୁଣିବା ପରେ ଖଣ୍ଡପୀଠ କହିଥିଲେ ଯେ, ନିୟମ କରାଯାଇଥିଲେ ମଧ୍ୟ ବିଜୟ ହାସଲ ପରେ ଜିତିଥିବା ଦଳ ରାସ୍ତାକୁ ଆସି ରାଲି କରିବେ। ଏନେଇ ଆପଣଙ୍କୁ ବଡ଼ ପଦକ୍ଷେପ ନେବାକୁ ହେବ। ଏହା ସହ  ଗଣମାଧ୍ୟମକୁ କିପରି ଭିଡ଼ ଜମାଇବାରୁ ରୋକିବେ, ସେ ନେଇ କିଛି ପ୍ରେଟୋକଲ ଅଛି କି ନାହିଁ ବୋଲି ପଚାରିଥିଲେ ଖଣ୍ଡପୀଠ । ଏକ ଛୋଟ ଗଣନା ବୁଥ ଆଗରେ ୪୭ସାମ୍ବାଦିକ, ୫୦କ୍ୟାମେରାମେନ, ୨୦୦ ଟେକ୍ନିସିଆନଙ୍କ ସହିତ ୨୪ଓବି ଭ୍ୟାନ ରହିପାରିବ ନାହିଁ; ଏନେଇ ଏକ ପ୍ରୋଟୋକଲ୍ ରହିବା ଆବଶ୍ୟକ ବୋଲି କହିଥିଲେ ଖଣ୍ଡପୀଠ । ଖଣ୍ଡପୀଠଙ୍କ ଏହି ପ୍ରଶ୍ନ ପରେ  ଏନେଇ କାଲି ଉତ୍ତର ରଖିବେ ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ବିଜୟ ନାରାୟଣ।

ସମ୍ବନ୍ଧିତ ଖବର