ଦେଶରେ କୋଭିଡ୍‌-୧୯ ସ୍ଥିତିର ସମୀକ୍ଷା ପାଇଁ ୨୧ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ କରି ଦେଲେ ୧୦ ସୂତ୍ରୀ ମନ୍ତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶରେ କରୋନାଭାଇରସ୍‌ ବା କୋଭିଡ୍‌-୧୯ ସ୍ଥିତିର ସମୀକ୍ଷା କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଆଲୋଚନା କାଳରେ କୋଭିଡ୍‌-୧୯ ମୁକାମିଲା ପାଇଁ ରାଜ୍ୟ ଓ କେନ୍ଦ୍ର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଦେଇଛନ୍ତି ୧୦ଟି ପରାମର୍ଶ।

୧) କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ୫.୦ ସହ ଲୋକଙ୍କ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ଅନ୍‌ଲକ୍‌ ୧.୦ ମଧ୍ୟ ଘୋଷଣା କରିଛନ୍ତି।

୨) ଏହା ଯେପରି ଦେଶର ପ୍ରତ୍ୟେକ ରାଜ୍ୟରେ ନୀତି ନିୟମର ସହ କଡ଼ାକଡ଼ି ଭାବେ ପାଳିତ ହୁଏ ତାହାକୁ ନିଶ୍ଚିତ କରିବେ ରାଜ୍ୟ ସରକାରମାନେ।

୩) ପ୍ରବାସୀମାନଙ୍କର ପ୍ରତ୍ୟାବର୍ତ୍ତନରେ ଯେପରି କୌଣସି ବାଧାବିଘ୍ନ ସୃଷ୍ଟି ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନଦେବେ।

୪) ନିଜ ନିଜ ରାଜ୍ୟରେ ନୂତନ ଜୀବିକାର ସୁଯୋଗ ସୃଷ୍ଟି କରିବେ।

୫) କେହି ଯେପରି ବିନା ମାସ୍କରେ ଘରୁ ପଦାକୁ ନବାହାରନ୍ତି ତାହାକୁ ନିଶ୍ଚିତ କରିବେ।

୬) ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନସିଂ ଯେପରି କଡ଼ାକଡ଼ି ଭାବେ ପାଳିତ ହୁଏ ତାହାକୁ ମଧ୍ୟ ନିଶ୍ଚିତ କରିବେ।

୭) କୋଭିଡ୍‌- ୧୯ ମୁକାବିଲା ପାଇଁ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗର ଲାଭ ଉଠାଇବା ସହ ସଂକ୍ରମଣକୁ ପ୍ରତିହତ କରିବେ।

୮) କୋଭିଡ୍‌- ୧୯ ଜନିତ ମୃତ୍ୟୁକୁ କମାଇବା ପାଇଁ ସବୁ ସ୍ତରରେ ଉଦ୍ୟମ କରିବେ।

୯) ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବାରେ ସାହାଯ୍ୟ କରିବେ।

୧୦) କୋଭିଡ୍‌- ୧୯ର ସଫଳ ମୁକାବିଲା କରି ସମଗ୍ର ବିଶ୍ୱ ପାଇଁ ଉଦାହାରଣ ସାଜିବେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଦେଶରେ କୋଭିଡ୍‌-୧୯ ମହାମାରୀ ଦେଖାଦେବା ପରେ ଏହା ଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କସହ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଷଷ୍ଠ ଭିଡିଓ କନଫରେନ୍ସିଂ।

ସମ୍ବନ୍ଧିତ ଖବର