ହୃଦୟବିଦାରକ ଘଟଣା ! ୧୫ ଦିନ ଭିତରେ ଗୋଟିଏ ପରିବାରର ସମସ୍ତଙ୍କର ମୃତ୍ୟୁ ହେଲା, କେବଳ ଜୀବିତ ରହିଲା ନବଜାତ ଶିଶୁ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଡେଙ୍ଗୁଜ୍ୱରରେ ଆକ୍ରାନ୍ତ ହୋଇ ପୂରା ପରିବାର ଶେଷ ହୋଇଯାଇଛି। ଏହି ପରିବାରର କେବଳ ଜଣେ ନବଜାତ ଶିଶୁ ଜୀବିତ ରହିଛି। ଶିଶୁର ମା’, ବାପା, ଭଉଣୀ ଓ ଜେଜେବାପା ସମସ୍ତେ ଡେଙ୍ଗୁଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ତେଲେଙ୍ଗାନାର ସଂଚେରିୟଲ ଜିଲ୍ଲାରେ ରହୁଥିବା ଏହି ପରିବାରର ସମସ୍ତ ସଦସ୍ୟଙ୍କ ୧୫ଦିନ ଭିତରେ ମୃତ୍ୟୁ ହୋଇଯାଇଛି। ଏହି ପରିବାରରେ ପ୍ରଥମେ ରାଜଗଟ୍ଟୁ (୩୦)ଙ୍କୁ ଡେଙ୍ଗୁ ଜ୍ୱର ହୋଇଥିଲା। ରାଜଗଟ୍ଟୁ ଜଣେ ଶିକ୍ଷକ ଥିଲେ ସେ ସଂଚେରିୟଲ ଜିଲ୍ଲାର ଶ୍ରୀଶ୍ରୀ ନଗର ଅଞ୍ଚଳରେ ରହୁଥିଲେ। ଡେଙ୍ଗୁଜ୍ୱର ହେବା ଜାଣିବା ପରେ ସେ କରିମନଗରକୁ ସ୍ଥାନାନ୍ତର ହୋଇଯାଇଥିଲେ। ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା ଚାଲୁଥିବା ସମୟରେ ଅକ୍ଟୋବର ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ରାଜଗଟ୍ଟୁଙ୍କ ୭୦ବର୍ଷୀୟ ଜେଜେବାପା ଲିଙ୍ଗାୟଙ୍କୁ ଡେଙ୍ଗୁ ଜ୍ୱର ହୋଇଥିଲା। ନାତି ମୃତ୍ୟୁର ୪ଦିନ ପରେ ଅକ୍ଟୋବର ୨୦ରେ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା।

ଦୁଇଜଣଙ୍କ ମୃତ୍ୟୁ ପରେ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ରାଜଗଟ୍ଟୁଙ୍କ ୬ବର୍ଷର ଝିଅ ଶ୍ରୀ ବର୍ଷୀନି ବି ଏହାପରେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ ନିଆ ଯାଇଥିଲେ ହେଁ ଅକ୍ଟୋବର ୨୭ ତାରିଖରେ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା। ଏତିକିରେ ଦୁଃଖ ଶେଷ ହୋଇ ନଥିଲା, ଅକ୍ଟୋବର ୨୮ରେ ରାଜଗଟ୍ଟୁଙ୍କ ଗର୍ଭବତୀ ଥିବା ପତ୍ନୀ ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେବା ପରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

ସମ୍ବନ୍ଧିତ ଖବର