ଛୋଟ ରେଳଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ବାଟ ଅଲଗା ଅଲଗା ହେବ

ନୂଆଦିଲ୍ଲୀ : କରୋନା ମୁକାବିଲାକୁ ନେଇ ଭାରତୀୟ ରେଳ ଲଗାତାର ଷ୍ଟେସନମାନଙ୍କର ନିୟମରେ ପରିବର୍ତ୍ତନ କରୁଛି। ଏଣିକି ଛୋଟ ଛୋଟ ରେଳ ଷ୍ଟେସନରେ ଯାତ୍ରୀମାନଙ୍କର ପ୍ରବେଶ ଓ ପ୍ରସ୍ଥାନ ବାଟ ଅଲଗା ହେବା ନିଷ୍ପତ୍ତି ହୋଇଛି। ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ବେଳେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହ ସିସିଟିଭି କ୍ୟାମେରାରେ ଗତିବିଧି ଉପରେ ନଜର ରଖାଯିବ। ଷ୍ଟେସନମାନଙ୍କରେ ସାନିଟାଇଜେସନ୍‌ର ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରାଯିବ। ବର୍ତ୍ତମାନ ଦେଶରେ ସୀମିତ ସଂଖ୍ୟାରେ ଟ୍ରେନ ଚଳାଚଳ କରୁଥିବା ବେଳେ କେତେକ ରୁଟ୍‌ରେ ଆଦୌ ଟ୍ରେନ୍‌ ଚଳାଚଳ କରୁ ନାହିଁ। ଆଗକୁ ଟ୍ରେନ୍‌ ଚଳାଚଳ ସଂଖ୍ୟାରେ ବୃଦ୍ଧି ହେବାର ଯୋଜନା ଥିବାରୁ ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର