ନୂଆଦିଲ୍ଲୀ : ୭୫ତମ ସ୍ବାଧୀନତା ଦିବସ ଉତ୍ସବ ଏବଂ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଗଷ୍ଟ ୫ରୁ ୧୫ ତାରିଖ ମଧ୍ୟରେ ଦେଶର ସମସ୍ତ ଐତିହ୍ୟ ସ୍ଥଳ ଓ ମ୍ୟୁଜିୟମରେ ପ୍ରବେଶ ମାଗଣା ରହିବ। ଏଏସ୍ଆଇ (ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ) ଅଧୀନରେ ସମସ୍ତ ଐତିହ୍ୟ ତଥା ସ୍ମାରକ ସ୍ଥଳକୁ ଅଗଷ୍ଟ ୫ରୁ ୧୫ ତାରିଖ ମଧ୍ୟରେ ପ୍ରବେଶ ମାଗଣା ରହିବ ବୋଲି ଆଜି ଘୋଷଣା କରାଯାଇଛି । କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡି ଆଜି ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏଏସ୍ଆଇର ଏକ ବିବୃତି ସେୟାର କରି ରେଡ୍ଡି କହିଛନ୍ତି, ଅଗଷ୍ଟ ୫ରୁ ୧୫ ମଧ୍ୟରେ ସମସ୍ତ ଐତିହ ସ୍ଥଳ ଗୁଡ଼ିକରେ କୌଣସି ଟିକଟ କରିବାକୁ ପଡ଼ିବନି। ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ମାଗଣାରେ ଐତିହ୍ୟ ଏବଂ ସ୍ମାରକସ୍ଥଳ ଗୁଡ଼ିକରେ ପ୍ରବେଶ କରିପାରିବେ।
‘ଆଜାଦୀ କା ଅମୃତ ମହୋତ୍ସବ’: ଅଗଷ୍ଟ ୫ରୁ ୧୫ ମଧ୍ୟରେ ସବୁ ଐତିହ୍ୟ ସ୍ଥଳରେ ପ୍ରବେଶ ମାଗଣା
/sambad/media/post_attachments/wp-content/uploads/2019/08/tajmahal.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)