୨୦୧୯-୨୦ ବର୍ଷ ପାଇଁ ‘ଇପିଏଫ୍‌’ ସୁଧହାର ୦. ୧୫% କମିଲା

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର (ଇପିଏଫ୍‌) ସୁଧ ହାର ୦. ୧୫% ହ୍ରାସ କରାଯାଇ ୮. ୫% କରାଯାଇଛି। ପୂର୍ବରୁ ‘ଇପିଏଫ୍‌’ର ସୁଧ ହାର ଥିଲା ୮. ୬୫%।

ଆଜି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ଏକଥା ଘୋଷଣା କରିଛନ୍ତି।

ସୁଧହାର ହ୍ରାସ ପାଇବାରୁ ଏବେ ବେତନ ପ୍ରାପ୍ତ କର୍ମଚାରୀମାନେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ୦. ୧୫% କମ୍‌ ସୁଧ ପାଇବେ।
ସୁଧହାର ହ୍ରାସ ଆର୍ଥିକ ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ହୋଇପାରେ ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସମ୍ବନ୍ଧିତ ଖବର