୩୬.୦୨ ଲକ୍ଷ ଦାବି ସମାଧାନ କଲା ଇପିଏଫ୍‌ଓ

ନୂଆଦିଲ୍ଲୀ : କୋଭିଡ–୧୯ ଲକଡାଉନର ଆହ୍ବାନପୂର୍ଣ୍ଣ ସମୟରେ ନିଜର ସଦସ୍ୟମାନଙ୍କର ଜୀବନଧାରଣକୁ ସହଜ କରିବା ଲାଗି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ବୈଧାନିକ ସଂସ୍ଥା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ସମୟୋଚିତ ତଥା ପ୍ରଭାବୀ ସେବା ନିରନ୍ତର ଭାବେ ଯୋଗାଇ ଦିଆଯାଇଛି। ଲକଡାଉନ ସତ୍ବେ ସଦସ୍ୟମାନଙ୍କର ୩୬.୦୨ ଲକ୍ଷ ଦାବିକୁ ଇପିଏଫ୍‌ଓ ପକ୍ଷରୁ ପୂରଣ କରାଯାଇଛି। ଏପ୍ରିଲ ଓ ମେ ୨୦୨୦ ଦୁଇ ମାସ ମଧ୍ୟରେ ମୋଟ ୧୧,୫୪୦ କୋଟି ଟଙ୍କା ସଦସ୍ୟମାନଙ୍କୁ ପଇଠ କରାଯାଇଛି। ଏଥିମଧ୍ୟରୁ, ୪୫୮୦ କୋଟି ଟଙ୍କାର ୧୫.୫୪ ଲକ୍ଷ ଦାବିକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଅନ୍ତର୍ଗତ ପୂରଣ କରାଯାଇଛି ଯାହାକି କୋଭିଡ–୧୯ ସଙ୍କଟ ସମୟରେ ସ୍ବତନ୍ତ୍ର ବ୍ୟବସ୍ଥା ସ୍ବରୂପ କରାଯାଇଛି।

କୋଭିଡ–୧୯ର କଠିନ ସମୟରେ ଭବିଷ୍ୟ ନିଧିର ଅଗ୍ରୀମ ଉଠାଣ ସୁବିଧା ଫଳରେ ଇପିଏଫଓ ସଦସ୍ୟ, ବିଶେଷ କରି ୧୫ହଜାର ଟଙ୍କାରୁ କମ ମାସିକ ବେତନ ପାଉଥିବା କର୍ମଚାରୀମାନେ ଯଥେଷ୍ଟ ଲାଭବାନ ହୋଇଛନ୍ତି।

ସମ୍ବନ୍ଧିତ ଖବର