ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ହିତାଧିକାରୀମାନଙ୍କ ପାଇଁ ଉମଙ୍ଗ ଆପ୍ ସେବାର ଶୁଭାରମ୍ଭ କରିଛି । ଏହି ଆପରେ ‘ପାସବୁକ୍ ଦେଖନ୍ତୁ’ ବିକଳ୍ପ ଉପରେ କ୍ଲିକ କରିବା ମାତ୍ରେ ପିପିଓ ନମ୍ବର ଏବଂ ଜନ୍ମ ତିଥି ପେନସନଭୋଗୀଙ୍କ ଦ୍ୱାରା ଦେବାକୁ ହେବ । ଏହି ସୂଚନାର ସତ୍ୟାପନ ପରେ ଏକ ୱାନ ଟାଇମ ପାସୱାର୍ଡ (OTP) ପେନଧାରୀଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ପଠାଯିବ । ଏହି ନମ୍ବରଟି ଦେବା ପରେ ‘ପେନସନର ପାସବୁକ’ ପେନସଧାରୀଙ୍କର ସବିଶେଷ ସୂଚନା କମ୍ପ୍ୟୁଟର ସ୍କ୍ରିନରେ ଦେଖାଯିବ ଯେଉଁଥିରେ ପେନସନଧାରୀଙ୍କ ନାମ, ଜନ୍ମ ତିଥି ସହିତ ଅନ୍ତିମ ପେନସନ ଜମା ସୂଚନା ମିଳିପାରିବ । ଏହା ଜରିଆରେ ପ୍ରତି ଆର୍ଥିକ ବର୍ଷ ଅନୁସାରେ ପେନସନ ପାସବୁକର ସବିଶେଷ ସୂଚନା ମିଳିପାରିବ ।

Advertisment

ଏହାବ୍ୟତୀତ ଇପିଏଫଓର ଅନ୍ୟ ଇ-ସେବା, ଉମଙ୍ଗ ଆପ କର୍ମଚାରୀ କେନ୍ଦ୍ରିତ ସେବାଗୁଡିକ (ଇପିଏଫ ପାସବୁକ ଦେଖନ୍ତୁ, ଦାବି ଜଣାନ୍ତୁ, ଦାବିଗୁଡିକ ଟ୍ରାକ କରନ୍ତୁ), ନିଯୁକ୍ତିଦାତା କେନ୍ଦ୍ରିତ ସେବାଗୁଡିକ (ଏଷ୍ଟାବ୍ଲିସମେଣ୍ଟ ଆଇଡି ଜରିଆରେ ଅର୍ଥ ପ୍ରେରଣର ସବିଶେଷ ବିବରଣୀ, ଟିଆରଆରଏନର ସ୍ଥିତି ଜାଣନ୍ତୁ), ସାଧାରଣ ସେବା (ଏଷ୍ଟାବ୍ଲିସମେଣ୍ଟ ଖୋଜନ୍ତୁ, ଇପିଏଫଓ କାର୍ଯ୍ୟାଳୟ ଖୋଜନ୍ତୁ, ଆପଣଙ୍କ ଦାବିର ସ୍ଥିତି ବିଷୟରେ ଜାଣନ୍ତୁ, ଏସଏମଏସ ଜରିଆରେ ଆକାଉଣ୍ଟ ଡିଟେଲ ଜାଣନ୍ତୁ, ମିସଡ୍ କଲ ଜରି ଆକାଉଣ୍ଟର ସବିଶେଷ ବିବରଣୀ ଜାଣନ୍ତୁ), ପେନସନ ସେବା (ଜୀବନ ପ୍ରମାଣର ଅପଡେଟ କରନ୍ତୁ), ଇ-କେୱାଇସି (ଆଧାର ସଂଯୋଗ କରନ୍ତୁ) ଆଦି ସେବା ପ୍ରଦାନ କରାଯାଉଛି ।