ଇପିଏଫଓ ନିୟମରେ ବଡ ପରିବର୍ତ୍ତନ : ଏଣିକି ସରକାରୀ ଚାକିରିଆଙ୍କ ଭଳି ବେସରକାରୀ କର୍ମଚାରୀ ବି ପାଇବେ ଏହି ସୁବିଧା

ନୂଆଦିଲ୍ଲୀ: ଘରୋଇ ଅନୁଷ୍ଠାନରେ କାମ କରୁଥିବା ଚାକିରିଆଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ଚାକିରିଆଙ୍କ ଭଳି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ ପେନସନ ଭଳି ସୁବିଧା । ଏ ନେଇ ଖୁବ୍ ଶୀଘ୍ର ଘୋଷଣା କରିପାରେ ଏମ୍ପ୍ଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫଓ) ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଇପିଏଫଓ ପେନସନଧାରୀଙ୍କୁ ଖୁବ୍ ଶୀଘ୍ର ମିଳିପାରେ ଏହି ସୁବିଧା । ସହଜ ଶଦ୍ଦରେ କହିଲେ, ପ୍ରୋଭିଡେଣ୍ଟ ଫଣ୍ଡ ସହ କଟୁଥିବା ପେନସନ(ଇପିଏସ)କୁ ଏଣିକି ଆପଣ ଆଡଭାନ୍ସ ଆକାରରେ ବି ନେଇପାରିବେ । ତେବେ ଏଭଳି ସୁବିଧା କେବଳ ସରକାରୀ ଚାକିରିଆଙ୍କ ପାଇଁ ଉପଲବ୍ଧ ଥିଲା । କିନ୍ତୁ ଏଣିକି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀ ବି ଏହି ସୁବିଧାର ଲାଭ ଉଠାଇପାରିବେ।

ଏଠାରେ ଆମେ କହି ରଖୁଛୁ କି, ଆପଣ ଯେଉଁ କଂପାନୀରେ କାମ କରନ୍ତି ସେଠାରେ କଂପାନୀ କର୍ତ୍ତୃପକ୍ଷ ଆପଣଙ୍କ ଦରମାରୁ ପ୍ରତିମାସ ପଏଫ ବାବଦକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଦରମା କାଟି ରଖିଥାଏ । ଯାହା ଇପିଏଫଓରେ ଜମା ହୋଇଥାଏ । ତେବେ ପିଏଫରେ କର୍ମଚାରୀଙ୍କ ଦରମାରୁ ଅତି କମରେ ୧୨ ପ୍ରତିଶତ ଅଂଶଦାନ ରହିଥିବା ବେଳେ ୧୨ ପ୍ରତିଶତ ଅଂଶଦାନ କଂପାନୀ ତରଫରୁ ମଧ୍ୟ ଦିଆଯାଇଥାଏ । ତେବେ କଂପାନୀ ଯେଉଁ ଅଂଶଦାନ ମିଳିଥାଏ ସେଥିରେ ୮.୩୩ ପ୍ରତିଶତ ପେନସନ ଯୋଜନା ଇପିଏସକୁ ଯାଇଥାଏ ଆଉ ବାକି ୩.୬୭ ପ୍ରତିଶତ ଇପିଏଫରେ ଜମା ହୋଇଥାଏ ।

ଜାଣନ୍ତୁ କି ଫାଇଦା ମିଳିବ ?

ଯଦି କୌଣସି ବ୍ୟକ୍ତି ଚାକିରିରୁ ଅବସର ନିଅନ୍ତି କିମ୍ବା ନେବାକୁ ଚାହାଁନ୍ତି ତେବେ ତାଙ୍କ ନିକଟରେ ବିକଳ୍ପ ରହିବ ଯେ, ସେ ନିଜ ପେନସନର ମୋଟ୍ ରକମରୁ ୪୦ ପ୍ରତିଶତ ଅର୍ଥରାଶି ଆଡଭାନ୍ସ ଆକାରରେ ନେଇପାରିବେ । ତେବେ ପେନସନଧାରୀ ଆଗାମୀ ୧୦ ବର୍ଷ ପାଇଁ ଆଡଭାନ୍ସ ପେନସନ ଅର୍ଥାତ୍ ମାସିକ ପେନସନର ୪୦ ପ୍ରତିଶତ ଅର୍ଥରାଶି ୧୦ ବର୍ଷ ପାଇଁ ଆଡଭାନ୍ସ ଆକାରରେ ନେଇପାରିବେ । ସହଜ ଶଦ୍ଦରେ କହିଲେ, ହଜାର ଟଙ୍କାର ପେନସନ ଉପରେ ୪୦୦ ଟଙ୍କା ୧୦ ବର୍ଷ ପାଇଁ ମିଶାଇ ନେଇପାରିବେ । ଅର୍ଥାତ୍ ୪୮୦୦୦ ଟଙ୍କା ୧୦ ବର୍ଷ ପାଇଁ ଆଡଭାନ୍ସ ପେନସନ ଆକାରରେ ନେଇପାରିବେ । ଆଉ ଏହି ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କେବଳ ୬୦୦ ଟଙ୍କା ପେନସନ ବାବଦକୁ ମିଳିବ । ଏହାପରେ ପୁଣି ୧୫ ବର୍ଷ ପରେ ହଜାର ଟଙ୍କା ପେନସନ ମିଳିବ । ଇପିଏଫଓ ୫ ବର୍ଷରେ ସୁଧର ରକମ ପରିଶୋଧ କରିବ । ଏବେ ଏହି ସୁବିଧା କେବଳ ସରକାରୀ କର୍ମଚାରୀଙ୍କୁ ହିଁ ମିଳୁଥିଲା ।

ସମ୍ବନ୍ଧିତ ଖବର