୨୦୨୪-୨୫ ପାଇଁ ୮.୨୫%ରେ ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର

କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଉପରେ ୮.୨୫ ପ୍ରତିଶତ ସୁଧ ହାରକୁ ଅନୁମୋଦନ କରିଛନ୍ତି। ଏହା ଫଳରେ, ଇପିଏଫଓ ଏହାର ସାତ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ବାର୍ଷିକ ସୁଧ ଜମା କରିପାରିବ। 

epfo

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଉପରେ ୮.୨୫ ପ୍ରତିଶତ ସୁଧ ହାରକୁ ଅନୁମୋଦନ କରିଛନ୍ତି। ଏହା ଫଳରେ, ଇପିଏଫଓ ଏହାର ସାତ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ବାର୍ଷିକ ସୁଧ ଜମା କରିପାରିବ। 

ସରକାରୀ ସୂଚନା ଅନୁସାରେ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଫେବୃଆରୀ ୨୮ ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବ ଆର୍ଥିକ ବର୍ଷରେ ଦିଆଯାଇଥିବା ସୁଧ ହାର ସହିତ ସମାନ। ଅର୍ଥାତ୍ ସୁଧହାର ଅପରିବର୍ତ୍ତିତ ରହିଛି ।

ଇପିଏଫଓ ଦ୍ବାରା ଅନୁମୋଦିତ ସୁଧ ହାରକୁ ଅର୍ଥ ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ପଠାଯାଇଥିଲା, ଯାହାକୁ ମନ୍ତ୍ରାଳୟ ଅନୁମୋଦନ କରିଥିଲା। ଶ୍ରମ ମନ୍ତ୍ରଣାଳୟର ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ଅର୍ଥ ମନ୍ତ୍ରଣାଳୟ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇପିଏଫ ଉପରେ ୮.୨୫ ପ୍ରତିଶତ ସୁଧ ହାର ଦେବାକୁ ରାଜି ହୋଇଛି ଏବଂ ଶ୍ରମ ମନ୍ତ୍ରଣାଳୟ ଗୁରୁବାର ଏ ସମ୍ପର୍କରେ ଇପିଏଫଓକୁ ଜଣାଇ ଦେଇଛି। ଏବେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନୁମୋଦିତ ହାର ଅନୁଯାୟୀ, ସାତ କୋଟିରୁ ଅଧିକ ଇପିଏଫଓ ସେୟାରଧାରୀଙ୍କ ଆକାଉଣ୍ଟରେ ସୁଧ ଜମା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe