ନୂଆଦିଲ୍ଲୀ: ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତିଙ୍କୁ ସ୍ଥାୟୀ କିମ୍ବା ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି କିମ୍ବା ମାନ୍ୟତା ନିର୍ବିଶେଷରେ ସମ୍ପୂର୍ଣ୍ଣ ଓ ସମାନ ପେନ୍ସନ୍ ଦେବାକୁ ସୁପ୍ରିମ୍କୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ର ବିଚାରପତି ଓ ସମସ୍ତ ଜିଲ୍ଲା ଜଜ୍ଙ୍କୁ ଅବସର ପରବର୍ତ୍ତୀ ସମାନ ସୁବିଧା ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
‘ଵାନ୍ ରୢାଙ୍କ୍, ଵାନ୍ ପେନ୍ସନ୍’ ନୀତିକୁ ସମର୍ଥନ କରି ପ୍ରଧାନ ବିଚାରପତି ବିଆର୍ ଗୱାଇ କହିଛନ୍ତି ଯେ ନ୍ୟାୟିକ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ଓ ନ୍ୟାୟିକ ପଦର ମର୍ଯ୍ୟାଦା ବଜାୟ ରଖିବା ପାଇଁ ଦରମା ଭଳି ଅବସର ପରବର୍ତ୍ତୀ ସୁବିଧାରେ ସମାନତା ଜରୁରି। ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି ଯେ ହାଇକୋର୍ଟର ସମସ୍ତ ବିଚାରପତି ସେମାନଙ୍କ ନିଯୁକ୍ତି ତାରିଖ ନିର୍ବିଶେଷରେ ସମ୍ପୂର୍ଣ୍ଣ ପେନ୍ସନ୍ ପାଇବାକୁ ହକ୍ଦାର।
ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରାଯିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିରେ କୌଣସି ପ୍ରକାର ଭେଦଭାବ ଧାରା ୧୪ର ଉଲ୍ଲଂଘନ କରିବ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ବାର୍ଷିକ ୧୫ ଲକ୍ଷ ଟଙ୍କା ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିମାନଙ୍କୁ ବାର୍ଷିକ ୧୩.୫ ଲକ୍ଷ ଟଙ୍କା ପେନ୍ସନ୍ ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୱାଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/pension.jpg)