ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାର ଦିନ ପଂଜାବ ଗସ୍ତ ସମୟରେ ସୁରକ୍ଷାରେ ହୋଇଥିବା ବଡ଼ ତ୍ରୁଟିକୁ ନେଇ ଦେଶବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି ଏବଂ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ‘ଲୟର୍ସ୍ ଭଏସ୍’ ନାମକ ଏକ ଅନୁଷ୍ଠାନ ଏନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରିଛି। ମାମଲାରେ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଦାବି ହୋଇଛି। ଏଥିସହ ପଂଜାବ ଡିଜିପି ଏବଂ ମୁଖ୍ୟ ସଚିବଙ୍କୁ ନିଲମ୍ବନ କରିବାକୁ ପିଟିସନ୍ରେ ଦାବି ହୋଇଛି। ପ୍ରଧାନ ବିଚାରପତି ଏନ୍ଭି ରମଣା ଆଜି ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି। ଏହି ଆବେଦନର ଏକ କପି କେନ୍ଦ୍ର ଏବଂ ପଂଜାବ ସରକାରଙ୍କୁ ଦେବାପାଇଁ ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ କହିଛନ୍ତି।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିର ତଦନ୍ତ ପାଇଁ ପଂଜାବ ସରକାର ୨ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଅଫିସ୍ ପକ୍ଷରୁ ଜାରି ବିବୃତି ଅନୁଯାୟୀ କମିଟିରେ ଅବସରପ୍ରାପ୍ତ ବିଚାରପତି ମେହତାବ ସିଂହ ଗିଲ୍ ଏବଂ ଅନୁରାଗ ବର୍ମା (ଗୃହ ବ୍ୟାପାର ଏବଂ ନ୍ୟାୟ ବିଭାଗର ପ୍ରମୁଖ ସଚିବ) ରହିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆନ୍ଦୋଳନକାରୀମାନେ ରାସ୍ତା ବନ୍ଦ କରିବା ନେଇ ଗୁଇନ୍ଦା ସୂଚନା ମିଳିଥିଲେ ସୁଦ୍ଧା ପଂଜାବ ପୁଲିସ ସୁରକ୍ଷା ବ୍ୟବସ୍ଥାର ‘ବ୍ଲୁ ବୁକ୍’କୁ ଅନୁସରଣ କରିନଥିଲା।
ନୂଆଦିଲ୍ଲୀ: ପଂଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ହୋଇଥିବା ବଡ଼ ଧରଣର ତ୍ରୁଟିକୁ ସବୁ ମହଲରୁ କଡ଼ା ସମାଲୋଚନା କରାଯାଇଛି। ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ବନୱରିଲାଲ ପୁରୋହିତଙ୍କୁ ଭେଟି ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଗୃହ ମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା ଏବଂ ପଂଜାବର କାର୍ଯ୍ୟକାରୀ ପୁଲିସ ମୁଖ୍ୟ ସିଦ୍ଧାର୍ଥ ଚଟ୍ଟୋପଧ୍ୟାୟଙ୍କ ବହିଷ୍କାର ଦାବି କରିଛନ୍ତି। ପଂଜାବ ବିଜେପି ମୁଖ୍ୟ ଅଶ୍ବିନୀ ଶର୍ମାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ରାଜଭବନ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ରାଜ୍ୟ ଗୃହମନ୍ତ୍ରୀ ଏବଂ ଡିଜିପିଙ୍କୁ ତୁରନ୍ତ ବହିଷ୍କାର କରିବାପାଇଁ ଦାବି ହୋଇଛି। ଏହା ଏକ ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ବିଜେପି ପ୍ରତିନିଧିଦଳ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/gd65jd56gj5dg6jgjd.jpg)