ନୂଆଦିଲ୍ଲୀ: ‘ମାର୍ସ ଏକ୍ସ୍ପ୍ରେସ୍’ ଦ୍ୱାରା ଉତ୍ତୋଳିତ ଲୋହିତ ଗ୍ରହ ମଙ୍ଗଳପୃଷ୍ଠରେ ଥିବା ବରଫ ପୂର୍ଣ୍ଣ ଗୋଟାଏ ବିଶାଳ ଗର୍ତ୍ତର ଫଟୋକୁ ‘ଇଉରୋପିଆନ୍ ସ୍ପେସ୍ ଏଜେନ୍ସି’ ରିଲିଜ୍ କରିଛି।
ମୁଖ୍ୟ ରକେଟ୍ ଇଞ୍ଜିନିୟର୍ ଏବଂ ମହାକାଶଯାନ ନକ୍ସାକାର ସର୍ଗେଇ କୋରୋଲେଓଙ୍କ ନାମାନୁସାରେ ଏହି ବିଶାଳ ଗହ୍ଵରର ନାଁ ଦିଆଯାଇଛି ‘କୋରୋଲେଓ’। ସର୍ଗେଇ କୋରୋଲେଓଙ୍କୁ ସୋଭିଏତ୍ ସ୍ପେସ୍ ଏଜେନ୍ସିର ଜନକ ବୋଲି ଅଭିହିତ କରାଯାଏ।
ମଙ୍ଗଳ ଗ୍ରହ ପୃଷ୍ଠର ଉତ୍ତରପାର୍ଶ୍ୱସ୍ଥ ନିମ୍ନ ଭୂମିରେ ଥିବା ଏହି ଗହ୍ଵରର ଓସାର ପ୍ରାୟ ୮୨ କିଲୋମିଟର୍ ଏବଂ ଗଭୀରତା ହାରାହାରି ୨ କିଲୋମିଟର।
ଇଉରୋପିଆନ୍ ସ୍ପେସ୍ ଏଜେନ୍ସି କହିବା ଅନୁସାରେ, ‘କୋରୋଲେଓ’ ହେଉଛି ଗୋଟାଏ ସୁ-ସଂରକ୍ଷିତ ମଙ୍ଗଳୀୟ ଗହ୍ଵରର ଉଦାହରଣ। ଏଥିରେ ତୁଷାର ନୁହେଁ, ବରଫ ଭରି ରହିଛି।
/sambad/media/post_attachments/wp-content/uploads/2018/12/Mars-Express-300x168.jpg)
ଗର୍ତ୍ତର ଶଯ୍ୟାରେ ଦ୍ୱାରା ଘଟୁଥିବା ଶୀତଳ ଯନ୍ତା ବା ‘କୋଲ୍ଡ୍ ଟ୍ରାପ୍’ ଯୋଗୁଁ ଗର୍ତ୍ତଟି ସବୁବେଳେ ବରଫାବୃତ ହୋଇ ରହୁଛି। ଗର୍ତ୍ତର ଧାରରୁ ତଳ ଆଡ଼କୁ ୨ କିଲୋମିଟର୍ ଗଭୀରରେ ଏହାର ଚଟାଣ ରହିଛି।
ବରଫ ଭରିଥିବା କୋରୋଲେଓ କ୍ରେଟର୍ର ଗଭୀରତମ ଅଂଶ ପ୍ରାକୃତିକ ‘କୋଲ୍ଡ୍ ଟ୍ରାପ୍’ ବା ଶୀତଳ ଯନ୍ତ୍ରା ଭଳି କାମ କରୁଛି। ଜମାଟ ବାନ୍ଧିଥିବା ବରଫ ଉପରେ ପ୍ରବାହିତ ହେଉଥିବା ପବନ ଥଣ୍ଡା ହୋଇ ତଳକୁ ଖସି ଯାଇ ବରଫ ଉପରେ ଲାଗି ଯାଉଛି।
ଏହି ଥଣ୍ଡା ପବନ ଢାଲ ପରି କାମ କରୁଥିବାରୁ ଗର୍ତ୍ତରେ ଥିବା ବରଫକୁ ସ୍ଥିର କରି ରଖିବାରେ ସହାୟକ ହେଉଛି ଫଳରେ ଏହା ଉତ୍ତପ୍ତ ହୋଇ ଅଦୃଶ୍ୟ ହୋଇ ଯାଉନାହିଁ।
ପବନ ତାପ କୁପରିବାହୀ ହୋଇଥିବାରୁ, ଥଣ୍ଡା ପ୍ରଭାବକୁ ବଢ଼ାଇ ଦେଉଛି। ଫଳରେ କୋରୋଲେଓ ଗର୍ତ୍ତ ସ୍ଥାୟୀ ଭାବେ ବରଫରେ ପୂରି ରହିଛି।
ଉଇରୋପୀୟ ସ୍ପେସ୍ ଏଜେନ୍ସିର ମାର୍ସ ଏକ୍ସ୍ପ୍ରେସ୍ ମିସନ୍ ଜୁନ୍ ୨୦୦୩ରେ ଆରମ୍ଭ ହୋଇଥିଲା ଏବଂ ଛଅ ମାସ ପରେ ମଙ୍ଗଳ ଗ୍ରହରେ ଅବତରଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Korolev-crater.jpeg)