ଚେନ୍ନାଇ: ସତରେ ‘ଯାହାକୁ ରଖିବେ ଅନନ୍ତ କିକରି ପାରେ ବଳବନ୍ତ’ । ଏଭଳି ଉକ୍ତିର ଯଥାର୍ଥ ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ ହୋଇଥିବା ଦୁର୍ଘଟଣାରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ ଦୁଇଟି ବାଇକ୍ ମଧ୍ୟରେ ଶକ୍ତ ହୋଇଥିଲା। ଫଳରେ ଗୋଟିଏ ବାଇକ୍ରେ ବସି ବାପା-ମା’ ଓ ଛୁଆ ଯାଉଥିଲା ବେଳେ ବାଇକ୍ ଉପରୁ ମା’ ଓ ବାପା ଖସି ପଡ଼ିଥିଲେ। କିନ୍ତୁ ଦୁଇ/ତିନି ବର୍ଷର ଶିଶୁ ବାଇକ୍ ସହ ୫୦୦ମିଟର ଦୂର ଯାଏଁ ଚାଲି ଯାଇଥିଲା। ସେହି ରାସ୍ତାରେ ଟ୍ରକ୍ ଓ ଅନ୍ୟ କାର ବି ଯିବା ଆସିବା କରୁଥିଲା। ଦୁର୍ଘଟଣା ଘଟିବା ସ୍ଥାନରୁ ୫୦୦ମିଟର ଯିବା ପରେ ଶିଶୁଟି ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲା। ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ମଧ୍ୟ ଶିଶୁଟିକୁ ମାମୁଲି ଆଘାତ ବି ଲାଗି ନାହିଁ। କେବଳ ଭୟରେ ଶିଶୁଟି କାନ୍ଦିବାକୁ ଲାଗିଥିଲା। ଶିଶୁଟିକୁ ଗାଡ଼ିରୁ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିବା ଦେଖି ସ୍ଥାନୀୟଲୋକ ଗାଡ଼ି ଅଟକାଇ ଶିଶୁଟିକୁ ଉଦ୍ଧାର କରିଥିଲେ।
ଆଶ୍ଚର୍ଯ୍ୟ ! ଦୁର୍ଘଟଣାର ଶିକାର ହେବା ପରେ ବାଇକ୍ରୁ ବାପା-ମା’ ରାସ୍ତାକୁ ଛିଟିକି ପଡିଲେ, ଦୁଇ/ତିନି ବର୍ଷର ଶିଶୁ ଗାଡ଼ି ନେଇ ୫୦୦ ମିଟର ପର୍ଯ୍ୟନ୍ତ ଚାଲି ଯାଇଥିଲା, ଭିଡିଓ ଦେଖନ୍ତୁ
/sambad/media/post_attachments/wp-content/uploads/2018/08/Untitled-1-copy-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)