ଫାଶୀ ପାଇବାରୁ ବଞ୍ଚାଇଦେଲା କରୋନା! ଏହି ଭାରତୀୟଙ୍କୁ ଦିଆଯାଇଥାନ୍ତା ଫାଶୀ

ସିଙ୍ଗାପୁର: ଫାଶୀ ଦେବାକୁ ଜଣେ ଅଭିଯୁକ୍ତଙ୍କୁ ନିଆଯାଉଥିବାବେଳେ ତାଙ୍କର କୋଭିଡ ପଜିଟିଭ ରିପୋର୍ଟ ଆସିଲା | ଆଉ କୋଭିଡ ପଜିଟିଭ ଆସିଥିବାରୁ ଫାଶୀ ଖୁଣ୍ଟ ପାଖରୁ ପୁଣି ଜେଲକୁ ଫେରିଆସିଲେ କଏଦୀ | ସିଙ୍ଗାପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ନିଶା କାରବାରରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ୩୩ ବର୍ଷୀୟ ଭାରତୀୟ ମୂଳ ବ୍ୟକ୍ତିଙ୍କୁ ସିଙ୍ଗାପୁରର ସର୍ବୋଚ୍ଚ ନ୍ୟାୟାଳୟ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ତେବେ ଧର୍ମଲିଙ୍ଗମ୍ ନାମକ ଏହି ବ୍ୟକ୍ତିଙ୍କୁ ବୁଧବାର ଫାଶୀ ଦିଆଯାଇଥାନ୍ତା । ରିପୋର୍ଟ ଅନୁଯାୟୀ ଧର୍ମଲିଙ୍ଗମଙ୍କୁ ତାଙ୍କ ମୃତ୍ୟୁ ଦଣ୍ଡ ବିରୋଧରେ ଶେଷ ଆବେଦନ ଉପରେ ଶୁଣାଣି ପାଇଁ ଆଜି କୋର୍ଟକୁ ଅଣାଯାଇଥିଲା |

କିନ୍ତୁ ଧର୍ମଲିଙ୍ଗମ୍ କରୋନା ସଂକ୍ରମିତ ହୋଇଥିବାର ତାଙ୍କ ମେଡିକାଲ ରିପୋର୍ଟରୁ ଜଣାପଡିଥିଲା । ଜଷ୍ଟିସ ଆଣ୍ଡ୍ରିୟୁ ଫାଙ୍ଗ, ଜଷ୍ଟିସ ଜୁଡିଥ ପ୍ରକାଶ ଏବଂ ଜଷ୍ଟିସ କନ୍ନନ ରମେଶଙ୍କ ଏକ ବେଞ୍ଚ କହିଛନ୍ତି ଯେ ଏହା ଅତ୍ୟନ୍ତ ଅପ୍ରତ୍ୟାଶିତ। ଜଜ୍ ଫାଙ୍ଗ କହିଛନ୍ତି ଯେ ଯଦି ଏହି ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ତେବେ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ। ଏହା ସହ ସେ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି କିନ୍ତୁ ପରବର୍ତ୍ତୀ ତାରିଖ ସ୍ଥିର ହୋଇନାହିଁ।

ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଫାଶୀ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ସୂଚନା ମୁତାବକ ୨୦୦୯ ମସିହାରେ ସିଙ୍ଗାପୁରକୁ ହେରୋଇନ୍ ଆଣିଥିବାରୁ ଧର୍ମଲିଙ୍ଗମଙ୍କୁ ୨୦୧୦ ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେ ୨୦୧୧ ରେ ହାଇକୋର୍ଟ, ୨୦୧୯ ରେ ଆପେକ୍ସ କୋର୍ଟ ମୃତ୍ୟୁଦଣ୍ଡକୁ କାୟମ ରଖିଥିଲେ | ସେହିପରି ୨୦୧୯ ରେ ରାଷ୍ଟ୍ରପତିଙ୍କୁ କ୍ଷମା ଯାଚିକା ମଧ୍ୟ ଖାରଜ ହୋଇଯାଇଥିଲା | ବର୍ତ୍ତମାନ, ସିଙ୍ଗାପୁରର ସର୍ବୋଚ୍ଚ ନ୍ୟାୟାଳୟ ଭାରତୀୟ ମୂଳ ଧର୍ମଲିଙ୍ଗମ ଫାଶୀ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧିତ ଖବର