୧୫ ଲକ୍ଷର ପୁରସ୍କାର ରାଶି ଘୋଷିତ ଇଣ୍ଡିଆନ୍‌ ମୁଜାଇହିଦିନ୍‌ର କୁଖ୍ୟାତ ଆତଙ୍କବାଦୀ ଜୁନୈଦ ଗିରଫ

ନୂଆଦିଲ୍ଲୀ: ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟରରୁ ଫେରାର କୁଖ୍ୟାତ ଆତଙ୍କବାଦୀ ଜୁନୈଦକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଜୁନୈଦଙ୍କ ନାମରେ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସେ ଆତଙ୍କବାଦୀ ସଂଗଠନ ‘ଇଣ୍ଡିଆନ୍‌ ମୁଜାହିଦିନ୍‌’ ସହିତ ଜଡ଼ିତ ଥିଲା। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ମୁଜାହିଦିନ୍‌ ଆତଙ୍କବାଦୀ ଜୁନୈଦକୁ ଭାରତ-ନେପାଳ ସୀମାରୁ ଗିରଫ କରିଛି। ଜୁନୈଦ ନିଜକୁ ଆରିଜ ନାମରେ ପରିଚୟ ଦେଉଥିଲା।

ମାଷ୍ଟରମାଇଣ୍ଡ ଆତଙ୍କବାଦୀ ବାଟଲା ହାଉସ୍‌ ଏନ୍‌କାଉଣ୍ଟରରେ ସାମିଲ ଥିଲା। ସେହି ସମୟରେ ସେ ପୁଲିସ ଆଗରୁ ଖସିଯିବାରେ ସଫଳ ହୋଇଥିଲା। କୁହାଯାଉଛି ଯେ ୨୦୦୮ରେ ଦିଲ୍ଲୀରେ ହୋଇଥିବା ବୋମା ବିସ୍ଫୋରଣରେ ଜୁନୈଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ଦିଲ୍ଲୀ, ଅହମଦାବାଦ, ଉତ୍ତରପ୍ରଦେଶ ଓ ଜୟପୁରରେ ହୋଇଥିବା ବୋମା ବିସ୍ଫୋରଣରେ ଜୁନୈଦ ସାମିଲ ଥିଲା। ଏହି କାରଣରୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ତରଫରୁ ୧୦ଲକ୍ଷ ଟଙ୍କା ଓ ଦିଲ୍ଲୀ ପୁଲିସ ପକ୍ଷରୁ ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

ପୂର୍ବରୁ ଜୁନୈଦଙ୍କ ଜଣେ ବଡ଼ ସମର୍ଥକ ଅବଦୁଲ ସୁଭାନ କ୍ୟୁରେସି ଗିରଫ ହୋଇ ସାରିଛି। ସେ ମଧ୍ୟ ୧୦ ବର୍ଷ ହେବ ଫେରାର ଥିଲା। ଆତଙ୍କବାଦୀ ଆରିଜ ଓରଫ ଜୁନୈଦର ସମ୍ପର୍କ ଇଣ୍ଡିଆନ୍‌ ମୁଜାହିଦିନଙ୍କ ସହିତ ଥିଲା। ଜୁନୈଦ ଆଜମଗଡ଼ର ମୂଳ ନିବାସୀ ଅଟେ। ଏନ୍‌ଆଇଏ ଟିମ୍‌ ଓ ଅନ୍ୟ ଗୁଇନ୍ଦା ସଂସ୍ଥା ଏ ନେଇ ଅଧିକ ପଚରାଉଚରା କରୁଛନ୍ତି।

ସମ୍ବନ୍ଧିତ ଖବର