ଲିପ୍ ସର୍ଜରୀ କରି ଟ୍ରୋଲ୍ ହେଲେ ଇଶା ଦେଓଲ୍: ୟୁଜର କହିଲେ ଏପରି…

ମୁମ୍ବାଇ: ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଝିଅ ଇଶା ଦେଓଲଙ୍କ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଯାଇଛି। ଭାରତ ତାଖତାନୀଙ୍କ ସହିତ ପ୍ରାୟ ୧୧ ବର୍ଷର ‌ବୈବାହିକ ସମ୍ପର୍କ ସମାପ୍ତ ହୋଇଛି। ଉଭୟେ ସେମାନଙ୍କ ଅଲଗା ହେବା ବିଷୟରେ ସୂଚନା ସାର୍ବଜନୀନ କରିଥିଲେ। ବର୍ତ୍ତମାନ ଗଣମାଧ୍ୟମରେ ଇଶା ଦେଓଲଙ୍କୁ ଦେଖିବାକୁ ମିଳିଛି। ତେବେ ଏଥର ଲୋକମାନେ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ଚେହେରା ବହୁତ ବଦଳି ଯାଇଛି। ଏଥିସହ କିଛି ୟୁଜର ଦାବି କରୁଛନ୍ତି ଅଭିନେତ୍ରୀଙ୍କର ଲିପ୍ ସର୍ଜରୀ କରାଯାଇଛି।

ନିକଟରେ ଇଶା ଦେଓଲ ଏବଂ ତାଙ୍କ ଭଉଣୀ ଅହାନା ଦେଓଲଙ୍କୁ ଏବେ ମଥୁରାରେ ଦେଖିବାକୁ ମିଳିଥିଲା। ଉଭୟ କପାଳରେ ବିନ୍ଦି ସହିତ ପାରମ୍ପରିକ ପୋଷାକ ପିନ୍ଧିଥିଲେ। ଇଶା ତାଙ୍କ ପରିବାର ସହିତ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେ ବାଙ୍କେ ବିହାରୀ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଫଟୋଗୁଡ଼ିକ ପାଇଁ ଅଭିନେତ୍ରୀଙ୍କୁ ମଧ୍ୟ ଟ୍ରୋଲ୍ କରାଯାଉଛି।

ସୋସିଆଲ ମିଡିଆରେ ଇଶା ଦେଓଲଙ୍କ ଫଟୋ ଦେଖିବା ପରେ ୟୁଜର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।, ବିଶେଷ କରି ତାଙ୍କ ଓଠକୁ ନେଇ ବିଭିନ୍ନ ମନ୍ତବ୍ୟ ପ୍ରଦାନ କରାଯାଇଛି। ମନ୍ତବ୍ୟରେ ଜଣେ ୟୁଜର ପଚାରିଥିଲେ, ଇଶା ଦେଓଲଙ୍କ ଓଠରେ କ’ଣ ହେଲା? ଅନ୍ୟ ଜଣେ ୟୁଜର କହିଛନ୍ତି,କଳାକାରମାନେ କାହିଁକି ଓଠ ସର୍ଜରୀ କରନ୍ତି ତାହା କଦାପି ବୁଝି ହୁଏ ନାହିଁ। ଅନ୍ୟ ଜଣେ କହିଛନ୍ତି, ଏହି ଅସ୍ତ୍ରୋପଚାର ଇଶାଙ୍କ ଉପରେ ଆଦୌ ଭଲ ଦେଖାଯାଉ ନାହିଁ। ଏହା ସମ୍ପୂର୍ଣ୍ଣ ଅଦରକାରୀ ଦେଖାଯାଉଛି। ରାଜନୀତିରେ ପ୍ରବେଶ କରିବାକୁ ହେଲେ ଉଭୟ ଭାବମୂର୍ତ୍ତି ଏବଂ ଚେହେରାକୁ ପରିବର୍ତ୍ତନ କରିବାକୁ ପଡିଥାଏ ବୋଧେ।

ଇଶା ମଥୁରାର ବାଙ୍କେ ବିହାରୀ ପରିଦର୍ଶନ କରିଥିଲେ। ବାଙ୍କେ ବିହାରୀଙ୍କୁ ଦର୍ଶନ କରିବା ପରେ ସେ ଗଣମାଧ୍ୟମକୁ ଭେଟିଥିଲେ। ବାର୍ତ୍ତାଳାପ ସମୟରେ ଇଶା ଦେଓଲ ଏକ ବଡ଼ କଥା କହିଥିଲେ। ଇଶା ରାଜନୀତିରେ ପ୍ରବେଶ କରିବାକୁ ସଙ୍କେତ ଦେଇଥିଲେ। ଏହାପୂର୍ବରୁ ଅଭିନେତ୍ରୀଙ୍କ ମା’ହେମା ମାଳିନୀ ମଧ୍ୟ ତାଙ୍କ ଝିଅର ରାଜନୀତିରେ ଆଗ୍ରହ ରହିଥିବା ପ୍ରକାଶ କରିଥିଲେ। ଯାହା ପରେ ଇଶାଙ୍କ ରାଜନୀତିରେ ପ୍ରବେଶକୁ ନେଇ କଳ୍ପନାଜଳ୍ପନା ଜୋର୍ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର