ନୂଆଦିଲ୍ଲୀ: ଭାରତୀୟ ଦଳକୁ ଦୃଢ଼ ଭାବେ ଫେରିବାର ଆଶା ରଖିଥିବା ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ଅସୁବିଧାରେ ପଡ଼ିଛନ୍ତି। ଗୋଇଠି ଯନ୍ତ୍ରଣାରୁ ମୁକୁଳିବା ପରେ ଆଣ୍ଠୁ ସମସ୍ୟାରେ ପଡ଼ିଛନ୍ତି ସାମି। ଏବେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ତାଙ୍କର ସୁସ୍ଥ ହେବା ପ୍ରକ୍ରିୟା ଚାଲିଛି। ଏମଧ୍ୟରେ ସାମି ତାଙ୍କ ଝିଅ ଆଇରାକୁ ଭେଟିଥିବା ଦେଖିବାକୁ ମିଳିଛି। ଆଇରାଙ୍କ ସହିତ ବିତାଇଥିବା ମୂଲ୍ୟବାନ ସମୟର ଭିଡିଓକୁ ସାମି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିବା ପରେ ଭିଡିଓ ଭାଇରାଲ ହୋଇଛି।

Advertisment

ଏହାକୁ ଦେଖି ସାମିଙ୍କ ଉପରେ ବର୍ଷିଛନ୍ତି ତାଙ୍କଠୁ ଅଲଗା ରହୁଥିବା ପତ୍ନୀ ହସିନ ଜାହାନ। ସେ କହିଛନ୍ତି ଯେ, ସାମିଙ୍କ ଭଲପାଇବା ଲୋକ ଦେଖାଣିଆ । ମୋ ଝିଅର ପାସପୋର୍ଟର ମିଆଦ ପୂର୍ଣ୍ଣ ହୋଇଛି | ନୂତନ ପାସପୋର୍ଟ ପାଇଁ ଶାମିଙ୍କ ଦସ୍ତଖତ ଆବଶ୍ୟକ | ସେଥିପାଇଁ ସେ ତାଙ୍କ ପିତାଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ଶାମି ଦସ୍ତଖତ ନକରି ଝିଅ ସହିତ ସପିଂ ମଲକୁ ଯାଇଥିଲେ। ଯେଉଁ କମ୍ପାନି ପାଇଁ ସାମି ବିଜ୍ଞାପନ କରନ୍ତି, ଝିଅକୁ ସେ ସେଠାକୁ ନେଇଥିଲେ | ମୋ ଝିଅ ସେହି ଦୋକାନରୁ ଜୋତା ଏବଂ ପୋଷାକ କିଣିଲା | କମ୍ପାନି ପାଇଁ ବିଜ୍ଞାପନ କରୁଥିବାରୁ ସାମିଙ୍କୁ କିଣାଯାଇଥିବା ଜିନିଷ ପାଇଁ ଟଙ୍କା ଦେବାକୁ ପଡ଼ିଲା ନାହିଁ। ଯଦି ଟଙ୍କା ଦେବାକୁ ପଡ଼ିଥାନ୍ତା, ତେବେ ସେ କେବେ ବି ଏତେ ଜିନିଷ କିଣି ଦେଇନଥାନ୍ତେ । ମୋ ଝିଅ ଅନେକ ଦିନ ହେଲାଣି ଗିଟାର ଏବଂ କ୍ୟାମେରା କିଣିବାକୁ ଚାହୁଛି । ହେଲେ ସେ ସେହି ଜିନିଷ ନଦେଇ ମାଗଣା ମିଳୁଥିବା ଦୋକାନକୁ ଚାଲିଯାଇଥିଲେ। "