ଆଦିସ୍ ଆବା/ଆସମାରା: ବିଶ୍ୱରେ ଆଉ ଏକ ଯୁଦ୍ଧ ହେବାକୁ ଯାଉଛି। ଆଫ୍ରିକୀୟ ଦେଶ ଇଥିଓପିଆ ଓ ଇରିଟ୍ରିଆ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି। ଏଥିପାଇଁ ଇଥିଓପିଆ ପକ୍ଷରୁ ଇରିଟ୍ରିଆ ସୀମାରେ ସୈନ୍ୟ ମୁତୟନ କରାଯାଇଛି। ଇଥିଓପିଆ ଦାବି କରୁଛି ଯେ, ଇରିଟ୍ରିଆ ବିଦ୍ରୋହୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଅସ୍ଥିରତାର ବାତାବରଣ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଇରିଟ୍ରିଆକୁ ଶିକ୍ଷା ଦେବା ଆବଶ୍ୟକ।
ଇରିଟ୍ରିଆ ହେଉଛି ଇଥିଓପିଆର ଏକ ପଡ଼ୋଶୀ ଦେଶ। ଇଥିଓପିଆରୁ ଅଲଗା ହେବା ପରେ ୧୯୯୩ ମସିହାରେ ଇରିଟ୍ରିଆ ଗଠିତ ହୋଇଥିଲା। ଉଭୟ ଦେଶ ଖ୍ରୀଷ୍ଟିଆନ ବହୁଳ। ଉଭୟ ଦେଶରେ ମୁସଲମାନ ସଂଖ୍ୟାଲଘୁ।
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଇଥିଓପିଆ ସେନାକୁ ତିଗାନ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାମରେ ପଶ୍ଚିମ ସୀମାରେ ମୁତୟନ କରାଯାଉଛି। ସେନା ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଯାହା ଦ୍ବାରା ଭବିଷ୍ୟତରେ ସମଗ୍ର ଅଞ୍ଚଳକୁ ଇଥିଓପିଆ ନିୟନ୍ତ୍ରଣ କରିପାରିବ। ଇଥିଓପିଆ ସେନା ତିଗାନ ବିଦ୍ରୋହୀଙ୍କ ଯୋଗୁ ସମସ୍ୟାରେ ପଡ଼ିଛି। ଇଥିଓପିଆ ଦାବି କରୁଛି, ବିଦ୍ରୋହୀମାନଙ୍କୁ ଇରିଟ୍ରିଆନ୍ ସେନା ଅସ୍ତ୍ରଶସ୍ତ୍ର ଯୋଗାଉଛି। ଫଳରେ ସେମାନେ ଇଥିଓପିଆରେ ହିଂସା ଘଟାଉଛନ୍ତି।
ଇଥିଓପିଆ ଓ ଏରିଟ୍ରିୟା ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରୁ ଘେରାବନ୍ଦୀ ଚାଲିଛି। ଗୋଟିଏ ପାର୍ଶ୍ୱରେ ଇଥିଓପିଆ ସେନା ଓ ଅନ୍ୟ ପାର୍ଶ୍ୱରେ ଇରିଟ୍ରିୟାନ୍ ସମର୍ଥିତ ତିଗାନ୍ ସେନା ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
୨୦୨୦ ରୁ ୨୦୨୨ ମଧ୍ୟରେ, ଇରିଟ୍ରିଆନ୍ ସମର୍ଥିତ ତିଗାନ୍ ସେନା ଇଥିଓପିଆରେ ବିନାଶ ଘଟାଇଥିଲା। ଏହି ସଂଘର୍ଷ ଇଥିଓପିଆନ୍ ଗୃହଯୁଦ୍ଧ ଭାବରେ ଜଣାଶୁଣା। ଏଥିରେ ପ୍ରାୟ ୬,୦୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। କିନ୍ତୁ ଏହା ସଫଳ ହୋଇପାରିନଥିଲା। ଏହା ପରେ ମଧ୍ୟ ଇଥିଓପିଆରେ ଆଭ୍ୟନ୍ତରୀଣ ସଂଘର୍ଷ ଜାରି ରହିଥିଲା। ଇଥିଓପିଆନ୍ ସେନା ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ଇଥିଓପିଆରୁ ଅଲଗା ହେବା ପରେ ୧୯୯୩ ମସିହାରେ ଇରିଟ୍ରିଆ ପ୍ରତିଷ୍ଠିତ ହୋଇଥିଲା। ସୀମା ବିବାଦକୁ ନେଇ ୧୯୯୮ ମସିହାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ଦୁଇ ବର୍ଷ ଧରି ଚାଲିଥିଲା। ଉଭୟ ପାର୍ଶ୍ୱରେ ପ୍ରାୟ ୧୦୦,୦୦୦ ଲୋକଙ୍କର ଜୀବନ ଯାଇଥିଲା। ଯୁଦ୍ଧରେ ଇଥିଓପିଆ ସର୍ବାଧିକ କ୍ଷତି ସହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/18/new-project-10-2026-02-18-20-36-44.jpg)