ସଂଯମ ପାଇଁ ଇୟୁର ପରାମର୍ଶ

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଭାରତର ବାୟୁସେନା ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାରୁ ଏବେ ସର୍ବାଧିକ ସଂଯମ ରକ୍ଷା କରିବା ପାଇଁ ଆଜି ଭାରତ ଏବଂ ପାକିସ୍ତାନକୁ ୟୁରୋପୀୟ ସଂଘ ପରାମର୍ଶ ଦେଇଛି। ଦୁଇ ଦେଶ ସଂଯମ ଅବଲମ୍ବନ କରିବା ପାଇଁ ୟୁରୋପୀୟ ସଂଘ (ଇୟୁ) ସମେତ ଅନେକ ରାଷ୍ଟ୍ର ପରାମର୍ଶ ଦେଇଛନ୍ତି। ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ବିଶ୍ବ ଶାନ୍ତିକୁ ସମ୍ମାନ ଦେଇ କାମ କରିବା ଉଚିତ ବୋଲି ୟୁରୋପୀୟ ସଂଘ କହିଛି।

ସମ୍ବନ୍ଧିତ ଖବର