ପାକିସ୍ତାନ ଯଦି ଆତଙ୍କବାଦୀ ପଠାଉନି, କଣ ସେମାନେ ଚନ୍ଦ୍ରରୁ ଆସୁଛନ୍ତି ? ୟୁରୋପୀୟ ସଂସଦରେ ପାକିସ୍ତାନକୁ ଝଟକା

ବ୍ରସେଲ୍ସ : କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପୁଣି ଝଟକା ଲାଗିଛି । ପାକିସ୍ତାନ ୟୁରୋପୀୟ ସଂସଦରେ ମଧ୍ୟ କଶ୍ମୀର ପ୍ରସଙ୍ଗ ଉଠାଇଥିଲା । ଆଜି ଏ ସଂପର୍କରେ ଆଲୋଚନା ବେଳେ ୟୁରୋପୀୟ ସଂସଦର ଅନେକ ମନ୍ତ୍ରୀ ଆତଙ୍କବାଦ ପାଇଁ ପାକିସ୍ତାନକୁ ଦାୟୀ କରିଥିଲେ । ପାକିସ୍ତାନ ଆତଙ୍କବାଦୀମାନଙ୍କୁ ତାଲିମ ଦେଇ ନିୟନ୍ତ୍ରଣ ରେଖା ସେପଟକୁ ପଠାଇ ଅସ୍ଥିରତା ସୃଷ୍ଟି କରୁଛି ବୋଲି ୟୁରୋପୀୟ ମନ୍ତ୍ରୀମାନେ ଅଭିଯୋଗ କରିଛନ୍ତି । ଯଦି ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉନି କଣ ସେମାନେ ଚନ୍ଦ୍ରରୁ ଆସୁଛନ୍ତି ବୋଲି କେତେକ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ୟୁରୋପୀୟ କଂଜରଭେଟିଭ ଓ ରିଫର୍ମିଷ୍ଟ ଦଳର ସଦସ୍ୟ ଜେଫ୍ରି ଭ୍ୟାନ କହିଛନ୍ତି ଯେ ପାକିସ୍ତାନ ହିଁ ଆତଙ୍କବାଦକୁ ପ୍ରଶ୍ରୟ ଦେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ଲାମାବାଦ ବେଆଇନ ଭାବରେ କଶ୍ମୀରର ଏକ ଅଂଶ ଅକ୍ତିଆର କରି ରଖିଛି ।

ଯୁରୋପୀୟ ସଂସଦରେ ‘କଶ୍ମୀର ପରିସ୍ଥିତି’ ଶୀର୍ଷକ ଆଲୋଚନା ବେଳେ ୟୁରୋପୀୟ ସଂସଦର ମନ୍ତ୍ରୀମାନେ କହିଥିଲେ ଯେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ଭାରତର ଅଭ୍ୟନ୍ତରୀଣ ବ୍ୟାପାର । ତେବେ ଦୁଇ ଦେଶ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଏଠାରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର