ଶ୍ରୀନଗରରେ ପହଞ୍ଚିଲେ ୟୁରୋପୀୟ ସଂଘର ୨୭ ଜଣିଆ ସଂସଦୀୟ ଟିମ, କାଶ୍ମୀର ଯିବାକୁ ବିମାନ ଧରିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ୟୁରୋପରୁ ଆସିଥିବା ୨୭ ଜଣିଆ ସାଂସଦ କିଛି ସମୟ ପୂର୍ବରୁ ଶ୍ରୀନଗର ଏୟାରପୋର୍ଟରେ ପହଞ୍ଚିଛନ୍ତି । ସେମାନଙ୍କୁ ପ୍ରଥମେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ଘାଟିର ପରିସ୍ଥିତି ସଂପର୍କରେ ଅବଗତ କରାଯିବ । ଏହା ପରେ ସେମାନେ ଶ୍ରୀନଗର ବୁଲିବାକୁ ଯିବେ । ତେବେ ସେମାନଙ୍କୁ କୁପଓ୍ଵାଡା ଓ ଅନନ୍ତନାଗ ପରି ଅଶାନ୍ତ ଅଂଚଳକୁ ଯିବାକୁ ସେମାନଙ୍କୁ ଅନୁମତି ଦିଆଯାଇନାହିଁ ।
ଅନ୍ୟପକ୍ଷରେ ୟୁରୋପୀୟ ସଂଘ ସାଂସଦଙ୍କୁ କଶ୍ମୀର ଯିବା ଅନୁମତିକୁ ବିରୋଧ କରିଛି କଂଗ୍ରେସ । ଏହାକୁ ପ୍ରତିବାଦ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଶ୍ରୀନଗର ଯିବା ପାଇଁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି ।

ତେବେ ୟୁରୋପୀୟ ସଂଘ ସାଂସଦଙ୍କ ଏହି ଗସ୍ତକୁ ପିଡିପି ସମାଲୋଚନା କରିଛି । ଭାରତ ସରକାର କଶ୍ମୀରର ପ୍ରକୃତ ଚିତ୍ରକୁ ଲୁଚେଇବାକୁ ଚାହୁଁଛନ୍ତି ବୋଲି ପିଡିପି କହିଛି ।
ଉଲ୍ଲେଖଯୋଗ୍ୟ ଯେ, କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ଏହା ହେଉଛି କୌଣସି ବିଦେଶୀ ପ୍ରତିନିଧିମଣ୍ଡଳର ପ୍ରଥମ କାଶ୍ମୀର ଗସ୍ତ । ଏହି ପ୍ରତିନିଧିମଣ୍ଡଳରେ ଫ୍ରାନ୍ସର ନ୍ୟାସନାଲ ଫ୍ରଣ୍ଟର ୬ ଜଣ ସାଂସଦ,ପୋଲାଣ୍ଡର ଦକ୍ଷିଣପନ୍ଥୀ ଦଳର ୫ ଜଣ ସାଂସଦ, ବ୍ରିଟେନର ୪ ଜଣ ସାଂସଦ ଅନ୍ତର୍ଭୁକ୍ତ । ଏହି ସାଂସଦମାନଙ୍କୁ କେବଳ ଶ୍ରୀନଗର ଯିବାକୁ ଅନୁମତି ଦିଆଯାଇଛି । କୁପଓ୍ଵାଡା ଓ ଅନନ୍ତନାଗ ପରି ଅଶାନ୍ତ ଅଂଚଳକୁ ଯିବାକୁ ସେମାନଙ୍କୁ ଅନୁମତି ଦିଆଯାଇନାହିଁ । ତେବେ ଏହା ୟୁରୋପୀୟ ସଂଘର ସରକାରୀ ଗସ୍ତ ନୁହେଁ, ଏହା ଏକ ଅଣ-ଔପଚାରିକ ଗସ୍ତ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର