ବ୍ରସେଲ୍ସ : ୟୁରୋପୀୟ ସଂଘ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ବିଦେଶ ମନ୍ତ୍ରୀ ସର୍ଗଇ ଲାବରବଙ୍କ ୟୁରୋପରେ ଥିବା ସମ୍ପତ୍ତିକୁ ଜବତ କରିବ । ୩ ଜଣ ୟୁରୋପୀୟ ଅଧିକାରୀ ଏବଂ ଜଣେ ୟୁରୋପୀୟ କୂଟନୀତିଜ୍ଞ ଏହା କହିଛନ୍ତି। ରୁଷ୍ ବିରୋଧରେ ଅଧିକ କଟକଣା ଲାଗୁ କରିବାପାଇଁ ୟୁରୋପୀୟ ସଂଘ ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଶୁକ୍ରବାର ଦିନ ୟୁରୋପ୍ ନେତାଙ୍କ ଉପରେ ବର୍ଷିଥିଲେ। ୟୁକ୍ରେନ୍ର ନାଟୋ ସଦସ୍ୟତା ନେଇ ୟୁରୋପ ନିରବ ଥିବାରୁ ଜେଲେନସ୍କି କହିଥିଲେ, ଆଜି ମୁଁ ୟୁରୋପର ୨୭ ନେତାଙ୍କୁ ପ୍ରଶ୍ନ କରୁଛି ଯେ ୟୁକ୍ରେନ୍ ନାଟୋରେ ରହିବ କି ନା’ ସେ ନେଇ କେହି କାହିଁକି କିଛି ସ୍ପଷ୍ଟ କରୁନାହାନ୍ତି ।
ଜୟଶଙ୍କରଙ୍କ ସହ କଥା ହେଲେ ୟୁକ୍ରେନ୍ ବିଦେଶ ମନ୍ତ୍ରୀ
ନୂଆଦିଲ୍ଲୀ : ଜାତିସଂଘ ସୁରକ୍ଷା ପରିଷଦରେ ଗୁରୁତ୍ବପୂର୍ଣ୍ଣ ଭୋଟ୍ ପୂର୍ବରୁ ୟୁକ୍ରେନ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା ଶୁକ୍ରବାର ଦିନ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି। ୟୁକ୍ରେନରେ ବର୍ତ୍ତମାନ ସ୍ଥିତି ସଂକ୍ରାନ୍ତରେ କୁଲେବା ଜୟଶଙ୍କରଙ୍କୁ ଅବଗତ କରିବା ସହ ଜାତିସଂଘ ସୁରକ୍ଷା ପରିଷଦ ଭୋଟ୍ରେ ଭାରତର ସମର୍ଥନ ଲୋଡ଼ିଛନ୍ତି। କଥାବାର୍ତ୍ତା ସମୟରେ ଜୟଶଙ୍କର କହିଥିଲେ, ଭାରତ ଏହି ପ୍ରସଙ୍ଗରେ କୂଟନୈତିକ ସମାଧାନ ଏବଂ କଥାବାର୍ତ୍ତାକୁ ସମର୍ଥନ କରୁଛି। ୟୁକ୍ରେନରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/putin-6.jpg)