ଅକ୍ଟୋବର, ନଭେମ୍ବରରେ ୟୁରୋପ୍‌ ସ୍ଥିତି ସାଂଘାତିକ ହେବ: ‘ହୁ’

ବିଶ୍ବରେ ଦିନକରେ ୩ ଲକ୍ଷ ୮ ହଜାର ଆକ୍ରାନ୍ତ

ଜେନେଭା : ବିଶ୍ବରେ କରୋନା ସଂକ୍ରମଣ ନୂଆ ରେକର୍ଡ କରିଛି। ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୭ ହଜାର ୯୩୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସୋମବାର ସକାଳ ସୁଦ୍ଧା ବିଶ୍ବରେ ମୋଟ୍‌ ୨ କୋଟି ୮୮ ଲକ୍ଷ ୯୧ ହଜାର ୬୭୬ ସଂକ୍ରମଣ ମାମଲା ରହିଥିଲା ଏବଂ ୯ ଲକ୍ଷ ୨୨ ହଜାର ୪୪୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆସନ୍ତା ଅକ୍ଟୋବର ଏବଂ ନଭେମ୍ବରରେ ୟ‌ୁରୋପରେ ଅତି ଜଟିଳ ସ୍ଥିତି ଉପୁଜିବ ଏବଂ ଅଧିକ କରୋନା ମୃତ୍ୟୁ ହେବ ବୋଲି (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ‘ହୁ’ ୟୁ‌ରୋପ୍‌ ନିର୍ଦ୍ଦେଶକ ହାନ୍‌ କ୍ଲୁଗ୍‌ କହିଛି। ଗତ କିଛି ସପ୍ତାହ ମଧ୍ୟରେ ୟୁରୋପ୍‌ରେ ହଠାତ୍‌ ସଂକ୍ରମଣ ବଢ଼ିଯାଇଛି। ବିଶେ‌ଷ କରି ସ୍ପେନ୍‌ ଏବଂ ଫ୍ରାନ୍ସରେ ପୂର୍ବାପେକ୍ଷା ଅଧିକ ସଂକ୍ରମଣ ବଢ଼ିଛି। କେବଳ ଶୁକ୍ରବାର ଦିନ ୫୫ଟି ଦେଶରେ ୫୧ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ‘ହୁ’ ପକ୍ଷରୁ କୁହାଯାଇଛି। ଏବେ କରୋନା ସଂକ୍ରମଣରେ ଆମେରିକା ପ୍ରଥମ ଓ ଭାରତ ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର