ବାଇଡେନ୍‌ଙ୍କ ଆଫ୍‌ଗାନ ନୀତିକୁ ୟୁରୋପ୍‌ର ଭର୍ତ୍ସନା: ବିଶ୍ବାସଘାତ, ଐତିହାସିକ ଭୁଲ୍‌

ବର୍ଲିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ନେବାପରେ ତାଲିବାନ ଯେଭଳି କ୍ଷିପ୍ରତାର ସହ ସମଗ୍ର ଦେଶକୁ ନିଜ ନିୟନ୍ତ୍ରଣକୁ ନେଲା ତାହା ୟୁରୋପୀୟ ରାଷ୍ଟ୍ରମାନଙ୍କୁ ସ୍ତବ୍ଧ କରିଦେଇଛି। ଆମେରିକା ରାଷ୍ଟ୍ରପତିଙ୍କର ଏହା ଏକ ଐତିହାସିକ ଭୁଲ୍‌ ଏବଂ ଏହାର ପରିଣତି ସମଗ୍ର ବିଶ୍ବକୁ ଭୋଗିବାକୁ ପଡ଼ିବ ବୋଲି ଅନେକ ବରିଷ୍ଠ କୂଟନୀତିଜ୍ଞ, ମନ୍ତ୍ରୀ ଓ ଅଧିକାରୀ କହିଛନ୍ତି। ବାଇଡେନ୍‌ଙ୍କ ଏହି ପଦକ୍ଷେପ ଏକ ବିଶ୍ବାସଘାତ ଏବଂ ଅକଳ୍ପନୀୟ ଝଟ୍‌କା ବୋଲି ଅନେକ ମତ ରଖିଛନ୍ତି। ଜର୍ମାନୀ ସଂସଦର ବୈଦେଶିକ ବ୍ୟାପାର କମିଟି ଅଧ୍ୟକ୍ଷ ନର୍ବେର୍ଟ ରୁଜେନ୍‌ କହିଛନ୍ତି ଯେ ଆମେରିକାର ଏହି ଭୁଲ୍‌ ନିଷ୍ପତ୍ତି ଯେଉଁ ବିଭୀଷିକା ସୃଷ୍ଟି କରିଛି ତାହାର ଭୟାନକ ପରିଣାମ ଆଗକୁ ମଧ୍ୟ ଜାରି ରହିବ। ଜର୍ମାନୀ ଚାନ୍ସଲେର ଏଂଜେଲା ମର୍କେଲ କହିଛନ୍ତି, ଆମେରିକାର ତରବରିଆ ନିଷ୍ପତ୍ତି ଏକ ଭୁଲ୍‌ ଥିଲା ଏବଂ ଏଭଳି ଘଟିବା ଉଚିତ ନଥିଲା। ଆଫଗାନିସ୍ତାନକୁ ଦିଆଯାଉଥିବା ସମସ୍ତ ସହାୟତାକୁ ତତ୍କାଳ ବନ୍ଦ କରାଯାଇଥିବା ମର୍କେଲ କହିଛନ୍ତି।

ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ବ୍ରିଟେନ୍‌ ପାର୍ଲାମେଣ୍ଟର ବିଦେଶ ବ୍ୟାପାର କମିଟି ମୁଖ୍ୟ ଟମ୍‌ ଟୁଜେନ୍ଧାଟ୍‌ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଏହା ଆମେରିକା ବିଦେଶ ନୀତିର ସବୁଠାରୁ ବଡ଼ ବିପର୍ଯ୍ୟୟ। ଏହି ନୀତି ଆଗକୁ ଅନେକ ସମସ୍ୟାକୁ ଜନ୍ମଦେବ। ଆମେ ଆମର ବନ୍ଧୁ ରାଷ୍ଟ୍ରମାନଙ୍କ ନିଷ୍ପତ୍ତିକୁ କିଭଳି ଗ୍ରହଣ କରିବା ସେ ନେଇ ଅଧିକ ଚିନ୍ତା କରିବା ସମୟ ଆସିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏସିୟ ରାଷ୍ଟ୍ରମାନନେ ମଧ୍ୟ ଆମେରିକାର ଆଫଗାନ୍‌ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଆଫଗାନିସ୍ତାନରେ ଭୟାନକ ସ୍ଥିତି ସୃଷ୍ଟିକରି ଅଚାନକ ଆମେରିକା ସୋନା ପ୍ରତ୍ୟାହାର କରିନେବ‌ା ଅମାନବୀୟ କାର୍ଯ୍ୟ ବୋଲି ଚୀନ୍‌ କହିଛି।

ସମ୍ବନ୍ଧିତ ଖବର