ବିପଜ୍ଜନକ ଅବସ୍ଥାରେ ପହଞ୍ଚିଯାଇଛି ୟୁରୋପର ବୃହତ୍ତମ ପରମାଣୁ ଶକ୍ତିକେନ୍ଦ୍ର : ଜାତିସଂଘ

ଜେନିଭା :  ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆଉ ଏକ ବଡ଼ ବିପଦର ସମ୍ମୁଖୀନ ହେବାକୁ ଯାଉଛି ୟରୋପ । ୟୁକ୍ରେନରେ ଥିବା ୟୁରୋପର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଝଜିଆ ଏବ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଯାଇଛି । ଏହା ନିୟନ୍ତ୍ରଣହୀନ ଅବସ୍ଥାକୁ ଚାଲିଯାଇଛି ବୋଲି ଜାତିସଂଘ ପରମାଣୁ ମୁଖ୍ୟ ରାଫେଲ ଗ୍ରୋସି କହିଛନ୍ତି ।

ସେ କହିଛନ୍ତି ଯେ ଆଣବିକ ନିରାପତ୍ତାର ସବୁ ନିୟମର ଉଲ୍ଲଙ୍ଘନ କରାଯାଇଛି । ଏଣୁ ଆଗକୁ ଏହା ଏକ ବଡ଼ ତଥା ଭୟଙ୍କର ବିପଦରେ ପରିଣତ ହେବାକୁ ଯାଉଛି । କୌଣସି ପ୍ର​ଳୟଙ୍କରୀ ଅଘଟଣ ଘଟିବା ପୂର୍ବରୁ ଉଭୟ ୟୁକ୍ରେନ ଓ ରୁଷ ଜାତିସଂଘର ପରମାଣୁ ବିଶେଷଜ୍ଞମାନଙ୍କୁ ତାହାର ପରିଦର୍ଶନ ପାଇଁ ଅନୁମତି ଦିଅନ୍ତୁ ।

ସେ କହିଛନ୍ତି ଯେ, ଗୋଟିଏ ପରମାଣୁ କେନ୍ଦ୍ର ଚାଲିବା ପାଇଁ ପ୍ରତିଦିନ ବିଭିନ୍ନ ଜରୁରୀ ସମଗ୍ରୀ ଆବଶ୍ୟକ କରେ । କିନ୍ତୁ ଯୁଦ୍ଧ ଯୋଗୁଁ ଏସବୁ ସାମଗ୍ରୀ ଓ ଉପକରଣ ପରମାଣୁ ଶକ୍ତି କେନ୍ଦ୍ରକୁ ପହଞ୍ଚିପାରୁନାହିଁ । ନିରାପତ୍ତା ଦୃଷ୍ଟିକୋଣରୁ ଗୋଟିଏ ପରମାଣୁ ଶକ୍ତି କେନ୍ଦ୍ରରେ ଯେଉଁସବୁ ଘଟଣା ଘଟିବା ଉଚିତ ନୁହେଁ, ସେସବୁ ସେଠାରେ ଘଟୁଛି । ଏଣୁ ମୂଳରୁ ହିଁ ଆମେ ଦାବି କରୁଛୁ କି ଆମକୁ ସେଠାକି ଯିବାକୁ ଦିଆଯାଉ ଓ ନିରାପତ୍ତା ଯାଞ୍ଚ ଓ ରକ୍ଷଣାବେକ୍ଷଣ କାମ କରିବାକୁ ଦିଆଯାଉ । ପୂର୍ବରୁ ଚେର୍ଣ୍ଣୋବିଲରେ ବି ତାହା କରାଯାଇଥିଲା ।

 

 

ସମ୍ବନ୍ଧିତ ଖବର